Odia News Portal

କାଟୁ କଲାନି ପ୍ରଶାସନର ବାରଣ: ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ଖଳା

ବଲାଙ୍ଗିର: ପ୍ରଶାସନର ବାରଣ ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପାରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିବା ସହ ବଳି ପକାଇଛନ୍ତି। ଏଠାରେ ଶତାଧିକ ପଶୁଙ୍କୁ ବଳି ଦିଆଯାଇଛି। ଚଳିତବର୍ଷ ବଳି ଉପରେ ପ୍ରଶାସନ କଟକଣା ଲଗାଇ ନଥିଲେ ବି ବଳି ପକାଇବାକୁ ବାରଣ କରାଯାଇଥିଲା। ହେଲେ ୪ ଜଣ ମାଜିଷ୍ଟ୍ରେଟ୍‌, ପୁଲିସ୍‌ ଅଧିକାରୀ ଓ ପୁଲିସ୍‌ ଫୋର୍ସ ଆଗରେ ଆଦିବାସୀ ଲୋକେ ବଳି ପକାଇ ସେମାନଙ୍କ ଆରଧ୍ୟ ଦେବାଦେବୀଙ୍କ ପୂଜା କରିଛନ୍ତି।