Odia News Portal

ତପ୍ତପାଣି ଘାଟିରେ ବସ-ଅଟୋ ଧକ୍କା: ୩ମୃତ, ୩୦ ଆହତ, ୧୦ ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଲକି ନାମକ ଏକ ଟୁରିଷ୍ଟ ବସ ଏବଂ ଅଟୋ ମଧ୍ୟରେ ଧକ୍କା ହୋଇଛି । ଆଜି ସଂଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ଯାତ୍ରୀବାହୀ  ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ ଜଣ ଆହତ ହୋଇଛନ୍ତି ।

୧୦ ଜଣ ଗୁରୁତରଙ୍କ ମଧ୍ୟରୁ ୪ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତପ୍ତପାଣି ଘାଟିର ବେଲଗଡ ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପାଟପୁର ପୋଲିସ ଏବଂ ଦିଗପହଣ୍ଡି ଅଗ୍ନଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।