Odia News Portal

୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ : ଭିତ୍ତିଭୂମୀ ଓ ବିକାଶକୁ ଗୁରୁତ୍ବ

ଭୁବନେଶ୍ୱର () ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଜି କୃଷି ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି । ସେ ମଧ୍ୟରୁ ପୁଞ୍ଜି ବ୍ୟୟ ବରାଦ ୨୪ ହଜାର ୭୨୩ କୋଟି ଟଙ୍କା ହୋଇଥିବା ବେଳେ ଏହା ମୋଟ ଘରୋଇ ଉତ୍ପାଦର ୪.୫ ପ୍ରତିଶତ ।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩୧୦ କୋଟି ଟଙ୍କା ହୋଇଛି । ମୋଟ ବ୍ୟୟ ଅଟକଳରୁ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୧୫ ହଜାର ୨୬୬ କୋଟି ଟଙ୍କା ଆୟ ହେବ । ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ୨୩ ହଜାର ୭୩୪ କୋଟି ଟଙ୍କା ଭରଣା ହେବ ।

ବଜେଟରେ କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି, ଜଳସେଚନ ସମ୍ପ୍ରସାରଣ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ପରିମଳ, ଜୀବିକା ସୁଯୋଗ ସୃଷ୍ଟି, ସାମାଜିକ ସୁରକ୍ଷା, ବିଦ୍ୟୁତ ଯୋଗାଣ ଓ ଫନି ବାତ୍ୟା କ୍ଷୟକ୍ଷତିର ଭରଣାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଶିକ୍ଷା ଓ ଦକ୍ଷ ମାନବ ସମ୍ବଳର ବିକାଶକୁ ତ୍ଵରାନ୍ବିତ ସହ ନିଯୁକ୍ତି ସୁଯୋଗ ପାଇଁ ୧୯,୪୯୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନା ପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଶିକ୍ଷା ଅଭିଯାନ ଓ ମଧ୍ୟାହ୍ନ ଭୋଜନ ପାଇଁ ୨୫୫୦ କୋଟି ଟଙ୍କା ଦିଆଯାଇଛି । ବିଦ୍ୟାଳୟରେ ଅବିରତ ମଧ୍ୟାହ୍ନ ଭୋଜନକୁ ସୁନିଶ୍ଚିତ କରିବାକୁ ଏସଏମଏସ ଯୁକ୍ତ ପରିଚାଳନା ବ୍ୟବସ୍ଥା କାର୍ୟ୍ୟକାରୀ ହେବ । ଓଡିଶା ବାଳିକା ପ୍ରୋତ୍ସାହନ ଯୋଜନାରେ ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି ପ୍ରଦାନ ପାଇଁ ବଜେଟରେ ୧୪୨୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୨୦୩ କୋଟି ଏବଂ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୫୭୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ସେବା ମିଶନରେ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ପାଇଁ ୧୩୬୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । କ୍ଟୟସଗ୍ଦଷବ ଷସଶଷରr ରୟଙ୍କମବଗ୍ଧସକ୍ଟଦ୍ଭ କ୍ଟ୍ରrକ୍ଟଶrବଜ୍ଞଜ୍ଞର ଲକ୍ଟr ରଙ୍ଘମରକ୍ଷକ୍ଷରଦ୍ଭମର ବଦ୍ଭୟ ରକ୍ତଙ୍କସଗ୍ଧଚ୍ଚ (ଙଐଋଚଋଋ) ଯୋଜନା ପାଇଁ ୨୦୧୯-୨୦ ବର୍ଷ ପାଇଁ ୧୫୦ କୋଟି ଟଙ୍କା ବରାଦ ହୋଇଛି । ରାଜ୍ୟ ସରକାର ୧୦ଟି ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ବଜେଟରେ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

୨୦୧୯-୨୦ ବର୍ଷରେ ଗ୍ରାମାଞ୍ଚଳରେ ୫୫ ପ୍ରତିଶତ ଓ ସହରାଂଚଳରେ ସମସ୍ତଙ୍କୁ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଇଦେବାକୁ ଯୋଜନା ଅଛି । ଏଥିପାଇଁ ବଜେଟରେ ୫୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସ୍ୱଚ୍ଛ ଭାରତ ମିଶନରେ ଗ୍ରାମାଞ୍ଚଳ ପାଇଁ ୨୫୦୦ କୋଟି ଓ ସହରାଞ୍ଚଳ ପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସବୁ କଚ୍ଚା ଘରକୁ ପକ୍କା କରିବା ଏବଂ ଫନି ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ପାଇଁ ୪୮୨୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସହରାଂଚଳ ଗୃହ ନିର୍ମାଣ ପାଇଁ ଆଉ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ମମତା ଯୋଜନାରେ ୩୦୫ କୋଟି, ସମନ୍ବିତ ଶିଶୁ ବିକାଶ ଯୋଜନାରେ ୨୦୯୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ମିଶନ ଶକ୍ତି କାର୍ୟ୍ୟକ୍ରମରେ ମହିଳାଙ୍କ ବିକାଶ ପାଇଁ ୩୪୫୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଯୋଜନାରେ ୨୩ ହଜାର ୭୬୦ କୋଟି ଟଙ୍କାର ବରାଦ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ପ୍ରଦାନ ପାଇଁ ବଜେଟରେ ୧୦୨୮ କୋଟି ଟଙ୍କା ଯୋଗାଇଦିଆଯାଇଛି । ନଗରାଞ୍ଚଳ ବିକାଶ ପାଇଁ ଉଦ୍ଦିଷ୍ଟ ଉନ୍ନତି ଯୋଜନାରେ ୩୭୦ କୋଟି, ଭୁବନେଶ୍ୱର ଓ ରାଉଲକେଲା ସ୍ମାର୍ଟ ମିଶନ ପାଇଁ ୪୦୦ କୋଟି, ଅମୃତ ଯୋଜନାରେ ୨୫୦ କୋଟି, ବିଦ୍ୟୁତ ଯୋଗାଣ ପାଇଁ ୪୬୦୦ କୋଟି, ନୂଆ ସବଷ୍ଟେସନ ନିର୍ମାଣ ପାଇଁ ୫୩୩ କୋଟି ଓ ରାଜଧାନୀରେ ବିଦ୍ୟୁତ ସରବରାହ ଉନ୍ନତି ପାଇଁ ୩୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୯୦୦ କୋଟି, ସଡକ ଯୋଗାଯୋଗ ପାଇଁ ପୂର୍ତ୍ତ ବିଭାଗ ଅଧୀନରେ ରାସ୍ତା ନିର୍ମାଣ ପାଇଁ ୪୦୪୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ରେଳ ଭିତ୍ତିଭୂମି ପାଇଁ ୪୦୦ କୋଟି ଓ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ୫୨୯୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।