Odia News Portal

୮,୩୦୦ କୋଟିର ଅତିରିକ୍ତ ବଜେଟକୁ ମଞ୍ଜୁରୀ

ଭୁବନେଶ୍ୱର() ଆଜି ଲୋକସେବା ଭବନରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ପ୍ରାୟ ୮,୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବରାଦକୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ ମିଳିଛି । ଏହି ଅତିରିକ୍ତ ବଜେଟକୁ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଅର୍ଥାତ ନଭେମ୍ବର ୧୩ତାରିଖରେ ଗୃହରେ ଉପସ୍ଥାପନ କରାଯିବାର କାର୍ୟ୍ୟକ୍ରମ ରହିଛି।

ବଜେଟରେ ପୁରୀ ଶ୍ରୀମନ୍ଦିର ପାରିପାଶ୍ୱିର୍କରେ ଭିତ୍ତିଭୂମି ନିର୍ମାଣ, ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭିତ୍ତିଭୂମି ସୁଧାର ନିମନ୍ତେ ଅତିରିକ୍ତ ବ୍ୟୟ, କାଳିଆ ଯୋଜନା ନିମନ୍ତେ ଅତିରିକ୍ତ ପାଣ୍ଠି ସମେତ ବୌଦରେ ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ଅର୍ଥବରାଦ ସହ କେତେକ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ଆବଣ୍ଟନ ହୋଇଥିବା ଜଣାପଡ଼ିଛି।