Odia News Portal

ଏଣିକି ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଧାନ ଟଙ୍କା

ଭୁବନେଶ୍ବର ()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ର ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମିଳିଛି କ୍ୟାବିନେଟ ମଂଜୁରୀ ।ଧାନ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ୟ୍ୟକୁ ମଞ୍ଜୁରୀ ମିଳିଛି । ଚଳିତ ବର୍ଷ ୬୦ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ୪୧ଲକ୍ଷ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ସବୁ ଚାଷୀଙ୍କ ଧାନ ସଂଗ୍ରହ ସରକାରଙ୍କ ଲକ୍ଷ୍ୟ ଧାର୍ୟ୍ୟ । ଧାନ ସଂଗ୍ରହରେ ପାକ୍ସ ସହ ଏସଏଚଜି ମଧ୍ୟ ସାମିଲ ହେବେ । ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ପୂର୍ବରୁ ୭୨ ଘଣ୍ଟା ଭିତରେ ଚାଷୀଙ୍କୁ ଧାନ ଟଙ୍କା ମିଳୁଥିଲା ।

• ୬୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହକୁ ଅନୁମୋଦନ, ଏଣିକି ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଧାନ ବିକ୍ରି ଟଙ୍କା, ସରକାରୀ ଟଙ୍କା ବାକି ଥିଲେ ମିଲର କିଣି ପାରିବେନି ଧାନ

• ଏଣିକି ଧାନ କିଣାରେ ନିୟୋଜିତ ହେବେ ମହିଳା ଏସଏଟଜି, ସ୍ବଳ୍ପ ସଞ୍ଚୟ ସଂସ୍ଥାର କାର୍ୟ୍ୟ ପରିସର ସଂଶୋଧନକୁ ଅନୁମୋଦନ

• ସଂସ୍ଥାର କର୍ମଚାରୀଙ୍କୁ ବିତ୍ତୀୟ ସାକ୍ଷରତା କାମରେ ଲଗାଯିବ, ଊଈଞ ଓ ଅଣନଗଦ କାରବାରରେ ନିୟୋଜିତ କରାଯିବ, ବରମୁଣ୍ଡା ବସଷ୍ଟାଣ୍ଡ ପାଇଁ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ

• ବସଷ୍ଟାଣ୍ଡ ପାଇଁ ଖର୍ଚ୍ଚ ହେବ ୧୬୦.୬୬ କୋଟି ଟଙ୍କା, ୨ ବର୍ଷରେ ସରିବ କାମ, ଠିକା ସଂସ୍ଥା ୫ ବର୍ଷ ପରିଚାଳନା କରିବ

• କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ୨.୪୭୮ ଏକର ମାଗଣା ଜମି, ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି ମଞ୍ଜୁର କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

• ଯାଜପୁରର ଟମକା-ମଙ୍ଗଳପୁର ୪ ଲେନ୍ ରାସ୍ତା ପାଇଁ ମଞ୍ଜୁରି ସହ ୨୬ କିମି ରାସ୍ତା ପାଇଁ ଡିଏମଏଫରୁ ୧୧୭ କୋଟି ଟଙ୍କା ଦିଆଯିବ ବୋଲି ଜଣାଯାଇଛି। ରାଜ୍ୟର ୨ଟି ମେଡିକାଲ କଲେଜର ଆନୁସଙ୍ଗିକ କାର୍ୟ୍ୟ ପାଇଁ ଟେଣ୍ଡରକୁ ମଧ୍ୟ ମଞ୍ଜୁରି ମିଳିଛି।

• ଏଥିରେ ବାଲେଶ୍ବର ମେଡିକାଲ କଲେଜ ପାଇଁ ୧୪୪.୯୮ କୋଟି ଟଙ୍କା ଏବଂ ବଲାଙ୍ଗିର ମେଡିକାଲ କଲେଜ ପାଇଁ ୧୪୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।ଏହି ୨ଟି ମେଡିକାଲ କଲେଜର କାମ ଅଢ଼େଇ ବର୍ଷରେ ସରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।