Odia News Portal

ସ୍ବାଭିମାନ କଟକ ତରଫରୁ ସାମ୍ବାଦିକ ସମ୍ମିଳନୀ

କଟକ: ନୂଆ ବଜାର ଦୂଲ୍ଲାଦେବୀ ମଣ୍ଡପ ଠାରେ ରାଜ୍ୟ ନେତୃତ୍ୱରେ କଟକର ଭୂମିକା ଓ ସମସ୍ୟାକୁ ନେଇ ସ୍ବାଭିମାନ କଟକ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀରେ ସ୍ବାଭିମାନ କଟକର ଆବାହକ ସତ୍ୟ ମହାନ୍ତି, ଫିରୋଜ ଖୁଣ୍ଟିଆ, ପୂର୍ବତନ କର୍ପୋରେଟର କୌଳାଶ ବସ୍ତିଆ, କଟକ ହାଇ କୋର୍ଟର ବହୁ ଆଇନଜୀବୀ ଓ କ୍ରିମିନାଲ ବାର ଆସୋଷେସନ୍ ସଭାପତି, କଟକକୁ ଭଲ ପାଉଥିବା ବହୁ ସାହି ମୂରବୀ, ସମେତ ବରିଷ୍ଠ ନାଗରିକ, ଯୁବକ ଉପସ୍ଥିତ ଥିଲେ। ଭାଇଚାରାର ସହର କଟକର ସମସ୍ୟା ଉପରେ ଆଲୋଚନା ହେବା ସହ ଅବହେଳିତ କଟକକୁ କିପରି ସଜଡ଼ା ଜାଇ ପାରିବ ତାହା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ସ୍ବାଭିମାନ ମଞ୍ଚ। ବିଶେଷ କରି ସହରର ରାସ୍ତା ଘାଟ, ନାଳ ନର୍ଦ୍ଦମା, ପାନୀୟ ଜଳ, ଆଦି ବହୁ ସମସ୍ୟା ରହିଛି । ଆଗାମୀ ଦିନରେ କଟକର ବହୁ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନା କରିବା ସହ ସ୍ଥାୟୀ ସମାଧାନ କିପରି ହେବ ତାହା ହିଁ ସ୍ବାଭିମାନ କଟକର ମୁଖ୍ୟ ଲକ୍ଷ୍ୟ ବୋଲି ଜଣାଇଛନ୍ତି କଟକ କ୍ରିମିନାଲ ବାର ଆସୋସିଏସନର ସଭାପତି ଅକ୍ଷୟ ପତି।