କଟକ: ଆଜି ମଙ୍ଗଳାବାଗ ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଜଣେ ଦକ୍ଷ ପୋଲିସ ଅଫିସର ଭାବେ ପରିଚିତ ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କୁ ୱାର୍ଲଡ଼ ଏଡ଼ ଅର୍ଗାନାଇଜେସନ ତରଫରୁ ପିପୁଲସ ଫର ଚଏସ ସମ୍ମାନରେ ଥାନା ପରିସରରେ ସମ୍ମାନିତ କରାଯାଇଛି । ଶ୍ରୀ ସ୍ୱାଇଁ ଜଣେ ଲୋକପ୍ରିୟ ଥାନା ଅଧିକାରୀ ଭାବରେ ଖୁବ ଜନଶୁଣା ଓ ପୂର୍ବରୁ କମିଶନରେଟ ପୋଲିସ ତରଫରୁ ଶ୍ରେଷ୍ଠ ଶୃଙ୍ଖଳା ଅଧିକାରୀ ଭାବରେ ସମ୍ମାନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଜାତୀୟ ସମ୍ପାଦକ ଡ଼ ଅଭୟ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ସାହୁ, ବୁବା ଦାସ, ମାନବେଶ ରାୟ ଓ ନିହାର ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।