Odia News Portal

ମରଣଯନ୍ତା ପାଲଟିଛି କଟକ ଚାନ୍ଦବାଲି ରାସ୍ତା

କଟକ: ମରଣଯନ୍ତା ପାଲଟିଛି କଟକ ଚାନ୍ଦବାଲି ରାସ୍ତାର ଆରମ୍ଭ ସ୍ଥାନ । ଏହି ସ୍ଥାନ ଟି ହେଉଛି ଠିକ ଜଗତପୁର ଗୋଳେଇ ଛକର ଯେଉଁଠି କେନ୍ଦ୍ରାପଡା ଯିବା ପାଇଁ ରାସ୍ତାର ଆରମ୍ଭ ହୋଇଛି। ସେହି ସ୍ଥାନରେ ଏଭଳି ଏକ ବିରାଟ ଗର୍ତ ସୃଷ୍ଟି ହୋଇଛି ଯେ ଯଦି କୌଣସି ଗାଡି ସେଠାରେ ଅଜାଣତରେ ପଡି ବହୁ ଦୁର୍ଘଟଣା ଘଟୁଛି । ମୁଖ୍ୟ କଥା ହେଲା ଗୋଳେଇଛକ ଠାରେ ଗାଡି ଯେତେବେଳେ ବୁଲିକି ଆସେ ସେହି ସ୍ଥାନରେ ଏହି ଗାଢ଼ଟି ପଡେ । ଯାହାଫଳରେ ଅନେକ ସମଷ୍ୟା ସୃଷ୍ଟି ହେଉଛି ଗମନାଗମନରେ। ତୁରନ୍ତ ଏହାର ଉପରେ ପଦକ୍ଷେପ ଗ୍ରହଣ କରି ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।