Odia News Portal

ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ

କଟକ ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଭଟିମୁଣ୍ଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା। ବିଦ୍ୟାଳୟ କମିଟି ସଭାପତିଙ୍କ ଗିରଫ ଦାବିରେ ଆମରଣ ଅନଶନ। ବିଦ୍ୟାଳୟର କମିଟି ସଭାପତି ଚାଉଳ ଚୋରି କରି ନେଉଥିବା ଗ୍ରାମବାସୀ ବିଇଓ, ଡିଇଓ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଘଟଣାକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ। ଏନେଇ ଗତକାଲି କଟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀ ବିଇଓଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେପେଟ ଗାଁଲୋକଙ୍କ ଏହି ଅଭିଯୋଗକୁ ବିଦ୍ୟାଳୟ କମିଟି ସଭାପତି ଖଣ୍ଡନ କରିଛନ୍ତି । ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ଏଥିସହ ଏବିଇଓ କହିଛନ୍ତି, ଚାଉଳ ରେକର୍ଡ ସବୁ ଠିକ୍ ଅଛି । ତଦନ୍ତ ରିପୋର୍ଟ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଠାଯାଇଛି ।