Odia News Portal

ଅମନ ହେଲପିଙ୍ଗ ହ୍ୟାଣ୍ଡସ ଗ୍ରୁପ୍ ପକ୍ଷରୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ

କଟକ: ବଡ ଦିନ ଅବସରରେ ଅସହାୟ ମାନଙ୍କୁ ସହାୟତା ପାଇଁ ସାନ୍ତା ସାଜିଲେ ଅମନ ହେଲପିଙ୍ଗ ହ୍ୟାଣ୍ଡସ ଗ୍ରୁପର ସ୍ବେଚ୍ଛାସେବୀମାନେ । ଯେତେବେଳେ ପବିତ୍ର ବଡ଼ ଦିନରେ ଲୋକେ ଘରେ ବସି ମଉଜ ମଜଲିସ କରୁଥିଲେ ଠିକ ସେହି ସମୟରେ ଅମନ ହେଲପିଙ୍ଗ ହ୍ୟାଣ୍ଡ ଗ୍ରୁପର ସଦସ୍ୟମାନେ ହାଡ଼ ଭଙ୍ଗା ଶୀତରେ ଲାଗିଥିଲେ ସମାଜସେବାରେ । ଗ୍ରୁପର ୩୦ ଜଣ ସଦସ୍ୟମାନେ ବାଦାମବାଡ଼ି ଠାରୁ ଆରମ୍ଭ କରି ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଯେଉଁଠି ଅସହାୟମାନେ ସିତରେ ପଡି ରହିଥିଲେ ସେହିମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ତା ସହ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଥିଲେ । ବିଶେଷ କରି ଅସହାୟ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା । ଏହି ବଣ୍ଟନ କାର୍ଯ୍ୟ ରାତ୍ର ୧୦ ଘଟିକା ସମୟରୁ ଆରମ୍ଭ ହୋଇ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ସଂଗଠନ ମୁଖ୍ୟ ଅନିତା ନାୟକଙ୍କର ସମେତ ଦିପ୍ତୀମୟୀ ରାଉତ, ଅନିତା ବାରିକ, ହୀରଣ୍ୟମୟୀ ଦାସ, ରୋଜାଲିନ ବେହେରା, ପ୍ରୀତିଜିନ ପ୍ରତାପ, ନମିତା ବେହେରା, ସ୍ୱାଧୀନ ସ୍ୱାଇଁ, ରଞ୍ଜନ, ଅକ୍ଷୟ ସାହୁ, ସୁରେଶ, ଶଙ୍କର, ସନ୍ତୋଶିନୀ, ରୋଜାଲିନ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ମଧ୍ୟ ଏହି ଭଳି ସମାଜସେବା ଚାଳିବ ବୋଲି ସଂଗଠନର ସଦସ୍ୟମାନେ କହିଥିଲେ ।