Odia News Portal

ପୋଲିସ ପରିବାର କଲ୍ୟାଣ ପ୍ରଦର୍ଶନୀ ଉଦ୍ଘାଟିତ

କଟକ: ରାଜ୍ୟସ୍ଥରୀୟ ପୋଲିସ ପରିବାର କଲ୍ୟାଣ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଉଦ୍ଘାଟକ ଓଡ଼ିଶାର ବିଶିଷ୍ଟ ସମାଜସେବୀ ନମ୍ରତା ଚଢା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ପୋଲିସ ମହିଳା କ୍ଲବର ସମ୍ପାଦିକା ସୋନାଲି ମହାନ୍ତି ସଭାପତିତ୍ୱ କରିଥିଲେ । ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲା ପୋଲିସ ପକ୍ଷରୁ ଷ୍ଟଲ ନିର୍ମାଣ କରାଯାଇଛି । ଷ୍ଟଲମାନଙ୍କ ମଧ୍ୟରେ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି, ସୂଚି କାର୍ଯ୍ୟ ଓ ସାଜସଜ୍ଜାର ସାମଗ୍ରୀ ବିକ୍ରି ହେବା ସହ ହସ୍ତ କଳା ପାଇଁ ପୁରସ୍କାର ବ୍ୟବସ୍ଥା ରହିଛି। ପ୍ରଦର୍ଶନୀ ୧୭ ରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ତିନି ଦିନ ଚାଲିବ।