Odia News Portal

ସର୍ଟସର୍କିଟ ଘଟି ଦୁଇ ବଖରା ଘର ଭସ୍ମୀଭୂତ

କଟକ: ଶିଖରପୁର ଅଂଚଳର ତଳ ସାହିର ଝୁଲଣ। ନାୟକଙ୍କ ଘରେ ସର୍ଟସର୍କିଟ ଘଟି ଦୁଇ ବଖରା ଘର ଭସ୍ମୀଭୂତ ହୋଇ ଯାଇଛି । ଘରର ସମସ୍ତ ଆସବାବ ପତ୍ର ସହ ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓ ଶାଢ଼ୀ ଗୁଡ଼ିକ ପୋଡି ଯାଇଛି । ନିଆଁର ପ୍ରକୋପ ଏତେ ଥିଲା ଯେ ଅଗ୍ନିଶମର ସାହାଯ୍ୟ ପଡିଥିଲା। ସ୍ଥାନୀୟ କର୍ପୋରେଟର କହିବା ଅନୁଶାରେ କଟକ ମୁନିସିପାଲିଟିର ସାନିଟାରୀ ଇନେସ୍ପେକଟର ଆସି ଫୋଟୋ ଉଠେଇ ନେଇ ଛନ୍ତି । ଯାଞ୍ଚ ପରେ କ୍ଷତିପୂରଣ ଦିଆଯିବ ।