କଟକ : ଆସନ୍ତା କାଲି ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ କଟକ ଆସୁଛନ୍ତି ଭାରତର ଉପରାଷ୍ଟ୍ରପତି ।
ସେଥିପାଇଁ ଚଳଚଞ୍ଚଳ ହୋଇଯାଇଛନ୍ତି ସମସ୍ତେ । ବିଶେଷକରି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆଜି କଟକ ଇଣ୍ଡୋର ଷ୍ଟାଡିଅମ ରେ କମିଶନରେଟ ପୋଲିସର ପଦାଧିକାରୀ ମାନେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ।
ଆଜି ମଧ୍ୟ କିଭଳି ଭାବରେ ଉପରାଷ୍ଟ୍ରପତି ସୁରକ୍ଷା ବଳୟ ଭିତରେ ଗାଡି ରାଲିରେ ଆସିବେ ତାହାକୁ ନେଇ ଏକ ଅଭ୍ୟାସ ମଧ୍ୟ କରାଯାଇଥିଲା।
