କଟକ: ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀମାନଙ୍କର ଦାଦାଗିରି । କଟକ ୪୨ ମୌଜା ଦେଉଳି ଅଞ୍ଚଳର ଅଲେଖ ପ୍ରଧାନ ନାମକ ଜଣେ ବ୍ୟକ୍ତି କ୍ୟାପିଟାଲ ଫାଷ୍ଟ ନାମକ ଘରୋଇ ଫାଇନାନ୍ସ କମ୍ପାନୀରୁ ଏକ ଫ୍ରିଜ ଓ ୱାସିଙ୍ଗ ମେସିନ ଆଣିଥିଲେ ହେଲେ ତାଙ୍କର ଦୁଇଟି କିସ୍ତି ଖିଲାପ ହୋଇଥିଲା । ଯାହା ଫଳରେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ଉକ୍ତ ଫାଇନାନ୍ସ କର୍ମଚାରୀ ଆସି ଅଲେଖଙ୍କର ଅନୁପସ୍ଥିତିରେ ତାଙ୍କର ଝିଅ ରାଜଶ୍ରୀ ତନୟା ପ୍ରଧାନଙ୍କୁ ଖରାପ ବ୍ୟବହାର କରିଥିଲେ ଏବଂ ବାପାଙ୍କର ସହ କଥା ହବା ବାହାନାରେ ତାଙ୍କର ରେଡ଼ମି ମୋବାଇଲ ଫୋନ ମଧ୍ୟ ଛଡାଇ ନେଇଥିଲେ । ଆଉ ଫୋନକୁ ଫେରସ୍ତ ଦେଇନଥିଲେ । ଏହା ପରେ ସେଠାରୁ ଖରାପ ଭାଷାରେ ଗାଳି ଗୁଳଜ କରି ଚାଲି ଯାଇଥିଲେ । ଯାହାଫଳରେ ଅଲେଖ ଏବଂ ତାଙ୍କର ଝିଅ ରାଜଶ୍ରୀ ୪୨ ମୌଜା ଫାଣ୍ଡିରେ ଏକ ଏତେଲା ଦେଇଥିଲେ। ପୋଲସ ଘଟଣାର ତଦନ୍ତ ଚଳାଇଥିବା କଥା ଫାଣ୍ଡି ଅଧିକାରୀ କହିଛନ୍ତି।