Odia News Portal

ପୋଲିସର ଭୂମିକା ଓ ସଫଳତା ଉପରେ ତଥ୍ୟ ପ୍ରଦାନ

କଟକ: ପୋଲିସ କାର୍ଯ୍ୟାଳୟର ପାଢ଼ୀ ମେମୋରିଆଲ ହଲରେ ରାଜ୍ୟ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଚଳିତ ୨୦୧୮ ରେ ପୋଲିସର ଭୂମିକା ଓ ସଫଳତା ଉପରେ ତଥ୍ୟ ରଖିଥିଲେ । ୨୦୧୮ ବର୍ଷ ଆରମ୍ଭରେ ବିଜେପୁର ଉପ ନିର୍ବାଚନରେ ପୋଲିସ ଓ ପୋଲିସର ଗୁଇନ୍ଦା ସଠିକ ଭାବେ ନିଜର କର୍ତ୍ତବ୍ୟ ଫଳରେ କିଭଳି ନିର୍ବାଚନ ସୁଚାରୁରୂପେ ହୋଇଥିଲା।

ରାଜ୍ୟ ପୋଲିସ ପାଇଁ ୨୦୧୮ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଏକ ବଡ ଚ୍ୟାଲେଞ୍ଜ ଥିଲା ହେଲେ ରାଜ୍ୟ ପୋଲିସ ସୁରକ୍ଷା ପ୍ରଦାନରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ସବୁ ଧର୍ମର ପର୍ବପର୍ବାଣିରେ ମଧ୍ୟ ପୋଲିସ ତାର କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇଥିଲେ । ଯାହା ଫଳରେ ଓଡ଼ିଶାରେ ସାମ୍ପ୍ରଦାୟିକ ଦଙ୍ଗା କିମ୍ବା କୌଣସି ସେଭଳି ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ପୋଲିସର କାର୍ଯ୍ୟାନୁଷ୍ଠାନରେ ମାଓବାଦୀ କାର୍ଯ୍ୟକଳାପରେ ମଧ୍ୟ ଶିଥଳତା ଦେଖା ଯାଇଥିବା କଥା କହିଥିଲେ । କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟାର ଟିଟୋକୁ ଗିରଫ ସହ ସର ଅପରାଧିକ ସାମ୍ରାଜ୍ୟକୁ ଦମନ କରିବା ଆଦି ବିଭିନ୍ନ ସଫଳତାର ତଥ୍ୟ ସାମ୍ବାଦିକମାନଙ୍କୁ ପ୍ରଦାନ କରିଥିଲେ।