ଭୁବନେଶ୍ବର() ଗଣଶିକ୍ଷା ବିଭାଗର ର ନୂଆ ନିଷ୍ପତ୍ତି।ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ୩ଟି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା ଲେଖାଏ ପଢ଼ାଯିବ। ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ ଏହି ନିୟମ । ଚଳିତ ଶିକ୍ଷାବର୍ଷରୁ ଏହି ନିୟମ କାର୍ୟ୍ୟକାରୀ କରିବାକୁ ନର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ସମୀର କହିଛନ୍ତ, ତେବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ସମୀକ୍ଷା କରିବା ଦ୍ୱାରା ଜଣାପଡିଛି କି, ଅଧିକାଂଶ ପିଲାଙ୍କର ଇଂରାଜୀ, ବିଜ୍ଞାନ ଏବଂ ଗଣିତରେ ରେଜଲ୍ଟ କମ୍ ରହୁଛି । ତେଣୁ ଏହାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ବିଶେଷ କରି ଏହି ତିନୋଟି ବିଷୟକୁ ଦେଢ ଘଂଟା ପାଠପଢାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାଛଡା ପାଇଲଟ ପ୍ରୋଜେକ୍ଟ ହିସାବରେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବ । ଯେଉଁଠାରେ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ । ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ କିଭଳି ପିଲା ଅଧିକ ନମ୍ବର ରଖିବେ ତାହା ଉପରେ ଦୃଷ୍ଟି ଦିଆଯିବ ।
