Odia News Portal

ବିମାନ ଚଳାଚଳ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର()  କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖି ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ବିମାନସେବା ରହିଥିଲେ ମଧ୍ୟ ସବୁ ବିମାନ ଦିଲ୍ଲୀ ଦେଇ ଯାଉଛି। ଏହାଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଅଧିକ ସମୟ ମଧ୍ୟ ଲାଗୁଛି।

ନବୀନ ଲେଖିଛନ୍ତି ଯେ, ଓଡିଶାକୁ ବହୁ ସଂଖ୍ୟାରେ ବିଦେଶୀ ପର୍ୟ୍ୟଟକ ଆସୁଛନ୍ତି । ଏହାସହ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ପାଇଁ ନିବେଶକମାନେ ଆଗ୍ରହୀ ମଧ୍ୟ ଅଛନ୍ତି। ଏଥିପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥା ଭୁବନେଶ୍ବରରୁ ଦୁବାଇକୁ ଅନ୍ତର୍ଜାତିକ ବିମାନ ଉଡାଣ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଲ୍ୟାଣ୍ଡିଂ ଅଧିକାର ଉପରେ କଟକଣା ଯୋଗୁଁ ଏହା ସମ୍ଭବ ହେଉନାହିଁ । ଦୁବାଇ ଏବଂ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଭଳି ବିଭିନ୍ନ ଅନ୍ତର୍ଜାତୀୟ ସ୍ଥାନକୁ ସିଧାସଳଖ ବିମାନ ଚଳାଚଳର ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।