କେନ୍ଦ୍ର ସରକାର କେବିକେ ଯୋଜନାରେ ଓଡିଶାକୁ ଅର୍ଥ ଯୋଗାଣ ବନ୍ଦ କରିଥିଲେ ମଧ୍ୟ ରାଜ୍ୟ ସରକାର କେବିକେ ଯୋଜନା ବନ୍ଦ କରିବେ ନାହିଁ ଏବଂ ଏହି ଜିଲ୍ଲା ଗୁଡିକର ସବୁ ପ୍ରକାରର ଉନ୍ନତି ରାଜ୍ୟ ସରକାରଙ୍କର ମୁଖ୍ୟଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଓ ନବରଙ୍ଗପୁର ଗସ୍ତ ବେଳେ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜି ଏହି ଗସ୍ତକାଳରେ ତିନିଟି ବଡ଼ ଘୋଷଣା କରିଛନ୍ତି । ଏହାସହ ତେଲିଙ୍ଗିର ମଧ୍ୟମ ଜଳ ସେଚନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାର ପ୍ରମୁଖ ଜଳସେଚନ ପ୍ରକଳ୍ପ ତେଲିଙ୍ଗିରି ମଧ୍ୟମ ଜଳ ସେଚନ ପ୍ରକଳ୍ପ। ଏଥିପାଇଁ ଖର୍ଚ୍ଚ ହୋଇଛି ୧ହଜାର ୬କୋଟି ୪୫ ଲକ୍ଷ ଟଙ୍କା। ପ୍ରକଳ୍ପ ଯୋଗୁ ଜୟପୁର ବ୍ଲକର ୨ଟି ପଞ୍ଚାୟତ ଓ ବୋରିଗୁମା ବ୍ଲକର ୩୦ଟି ପଞ୍ଚାୟତର ୫୨ଟି ଗାଁର ୧୦ ହଜାରରୁ ଅଧିକ ଚାଷୀ ଉପକୃତ ହେବେ । ୧ ହଜାର ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦ ହଜାର ହେକ୍ଟର ଜମି ଜଳ ସେଚିତ ହେବ । ୧୪୭ କିଲୋମିଟରର କେନାଲ ଦ୍ୱାରା ଜଳ ସେଚନ କରାଯିବ। ଏହାସହ ବାଙ୍କବିଜାଠାରେ ବିଜୁ ଯୁବବାହିନୀ ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟସେବା ପାଇଁ ବିଜୁ କେବିକେ ଯୋଜନା ଜାରି ରହିବ । ଏହାସହ ଉଠାଇଛନ୍ତି ‘‘ଝଉ/ଝଞ ଛାତ୍ରବୃତ୍ତି ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ଛାତ୍ରବୃତ୍ତି ବନ୍ଦ କରିଛି । ରାଜ୍ୟ ସରକାର କିନ୍ତୁ ବୃତ୍ତି ଦେଉଛନ୍ତି ଓ ଆଗକୁ ମଧ୍ୟ ଏହି ବୃତ୍ତି ଦିଆଯିବ। ଉମରକୋଟରେ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୧୦୯୭ କୋଟି ଟଙ୍କା ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ୧୯ କୋଟି ଟଙ୍କା ମୂଲ୍ୟରେ ୧୨ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ନବୀନ ।
Sign in
Sign in
Recover your password.
A password will be e-mailed to you.
