Odia News Portal

ସୁନା ଝିଅ: ସନ୍ଧ୍ୟା ସମରଥ

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରୁ ୨୦୧୭-୧୮ ବର୍ଷ ପାଇଁ ଓଏଏସ ପରୀକ୍ଷାରେ ତିନିଜଣ କୃତକାର୍ଯ୍ୟ ହୋଇ ଜିଲ୍ଲାର ଗୌରବ ବଢାଇଛନ୍ତି । ସେମାନଙ୍କ ମଧ୍ୟରେ ମାଓଗଡ ଭାବେ ଚିର ପରିଚିତ ସାଲିମ ଗ୍ରାମର ଆଦିବାସୀ ଝିଅ ସନ୍ଧ୍ୟା ସମରଥ ଅନ୍ୟତମ ,ସେ ମାଥିଲି ଥାନାସ୍ଥ ସାଲିମ ଗ୍ରାମର ରାମଦେବ ସମରଥ ଙ୍କ ଝିଅ , ଯେତେ ବେଳେ ମାଓବାଦୀ ମାନେ ସେ ଅଚଂଳରେ ମୋବାଇଲ ଫୋନ ବ୍ୟବହାର କୁ ବିରୋଧ କରିବାସହ ନିରିହ ଗ୍ରାମବାସୀମାନଙ୍କୁ ହତ୍ୟା ଓ ଗାଁରୁ ବିତାଡିତ କରୁଥିବାରୁ ପିଲାମାନଙ୍କ ର ପାଠ ପଢାରେ ବ୍ୟାଘାତ ଘଟୁଥିବା ବେଳେ ଆଦିବାସୀ ଝିଅ ସନ୍ଧ୍ୟାସମରଥ ମାଓବାଦୀଙ୍କ ଭୟ ସ୍ୱତ୍ୟେ ପାଠପଢା ପ୍ରତି ଗୁରୁତ୍ୱ ଦେଇଥିଲେ । ଗାଁ ସ୍କୁଲରୁ ୫ମ ଶ୍ରେଣୀ ପାସ କରିବା ପରେ ମାଲକାନଗିରି ଜବହାର ନବଦୋୟ ବିଦ୍ୟାଳୟ ରେ ନାମଲେଖାଇ ୬ଷ୍ଠ ଶ୍ରେଣୀ ଠାରୁ ଯୁକ୍ତଦୁଇ ପର୍ଯ୍ୟନ୍ତ ଭଲ ନମ୍ବର ରଖି ଅଧ୍ୟୟନ କରିଥିଲେ । ଯୁକ୍ତ ଦୁଇପରେ ସେ ଭୁବନେଶ୍ୱର ଯାଇ ସ୍ନାତକ ଡିଗ୍ରୀ ଓ ଏମଫିଲ ହାସଲକରି ତାପରେ ଓଏଏସ ପରୀକ୍ଷୀ ଦେଇଥିଲେ ଚଳିତ ବର୍ଷ ଓଏଏସ ପରୀକ୍ଷାରେ ଉତିଣ୍ଣ ର୍ ହୋଇ ଜିଲ୍ଲାର ମର୍ଯ୍ୟାଦା ବଢାଇ ଦେଇଥିବାରୁ ଜିଲ୍ଲାପୁଲିସ ବିଭାଗ ପକ୍ଷରୁ ମାଓଗଡର ସୁନାଝିଅ ସନ୍ଧ୍ୟା ସମରଥ ଓ ତାଙ୍କ ମା ଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଛି ।