Odia News Portal

ଆଜି ୪୨୪୨ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ପାର

ଭୁବନେଶ୍ୱର() ଆଜି ପୁଣି ୩୦ ଜିଲ୍ଲାରୁ ୪୨୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୦୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୩୦, ବାଲେଶ୍ୱରରେ ୧୫୫, ବରଗଡ଼ରେ୧୧୪, ଭଦ୍ରକରେ୧୧୪, ବଲାଙ୍ଗୀରରେ ୬୮ , ବୌଦ୍ଧରେ ୫୫ , କଟକରେ ୫୯୫, ଦେବଗଡ଼ରେ ୧୦, ଢେଙ୍କାନାଳରେ ୭୧, ଗଜପତିରେ ୨୭, ଗଞ୍ଜାମରେ ୫୭, ଜଗତସିଂହପୁରରେ ୧୭୬, ଯାଜପୁରରେ ୧୩୧, ଝାରସୁଗୁଡ଼ାରେ ୨୦୫, କଳାହାଣ୍ଡିରେ ୪୦, କନ୍ଧମାଳରେ ୧୫୩, କେନ୍ଦ୍ରାପଡ଼ାରେ ୧୫୫, କେନ୍ଦୁଝରରେ୬୨, ଖୋର୍ଦ୍ଧାରେ ୬୫୨, କୋରାପୁଟରେ ୯୦, ମାଲକାନାଗିରିରେ ୬୯ , ମୟୂରଭଞ୍ଜରେ୧୭୧, ନବରଙ୍ଗପୁରରେ୫୪, ନୟାଗଡ଼ରେ ୫୩, ନୂଆପଡ଼ାରେ୫୮, ପୁରୀରେ ୧୮୨ , ରାୟଗଡ଼ାରେ ୧୩୪, ସମ୍ବଲପୁରରେ ୧୧୩, ସୋନପୁରରେ୧୯ ଓ ସୁନ୍ଦରଗଡ଼ରେ ୧୩୩  ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି  । ଅପରପକ୍ଷରେ ଷ୍ଟେଟ ପୁଲରୁ ୨୦୬ ଜଣ ଚିହ୍ନଟ ହୋଇଛନ୍ତି ।