Odia News Portal

ଏତିକି ଲୋକଙ୍କ ସସ୍ପର୍ଶରେ ଆସିଛନ୍ତି ଓଡ଼ିଶାରେ ଚିହ୍ନଟ କରୋନା ରୋଗୀ

ଭୁବନେଶ୍ୱର() ଭୁବନେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ  ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୧୨୯ ଜଣ ଆସିଛନ୍ତି। ସଂପୃକ୍ତ ୫୩ ଜଣଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି। ଟ୍ରେନ୍ରେ ଆସିବା ବେଳେ ସେ ୭୬ ଜଣଙ୍କ ସଂପର୍କରେ ଆସିଛନ୍ତି। ସର୍ବମୋଟ ୧୨୯ ଜଣଙ୍କ ସଂସ୍ପର୍ଷରେ ସେ ଆସିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଆସିବା ପରେ ଭୁବନେଶ୍ୱରରେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ। ଉକ୍ତ ଘରୋଇ କ୍ଲିନିକ୍କୁ ଏବେ ବନ୍ଦ କରିଦିଆଯାଇଛି। ସଂପୃକ୍ତ ଡାକ୍ତର ଓ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

ସମ୍ପୃକ୍ତ ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟାଇନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ। ତେବେ ୧୩ ତାରିଖରୁ ତାଙ୍କୁ ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ସେଠାରେ ତାଙ୍କ ନମୁନା ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା।