Odia News Portal

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପତ୍ନୀଙ୍କୁ ବି କରୋନା

ଭୁବନେଶ୍ୱର()  ‘ସମ୍ବାଦ’ର ଯୁଗ୍ମ ପରିଚାଳନା ନିର୍ଦେଶିକା ସୁଦତା ପଟ୍ଟନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରୀମତୀ ପଟ୍ଟନାୟକ ଏବଂ ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅଧିକ ଚିକିତ୍ସା ପାଇଁ ଅପରାହ୍ନରେ କଟକସ୍ଥିତ ଅଶ୍ୱିନୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ପୂର୍ବରୁ ଶ୍ରୀ ପଟ୍ଟନାୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଘରେ ସଙ୍ଗରୋଧରେ ରହି ଚିକିତ୍ସାଧୀନ ଥିଲେ ।

ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ‘ସମସ୍ତଙ୍କ ଭଲ ପାଇବା ମୋତେ ଅଭିଭୂତ କରିଛି । ବହୁ ବନ୍ଧୁ, ଶୁଭେଚ୍ଛୁ ମୋତେ ବ୍ୟକ୍ତିଗତ ଭାବେ ଫୋନ କରିଥିଲେ । କିଛି ଫୋନ ରିସିଭ କରିବା ସମ୍ଭବ ହୋଇନାହିଁ । ସେଥିପାଇଁ ମୁଁ ଦୁଃଖିତ । ସମସ୍ତଙ୍କ ଭଲ ପାଇବା, ଶୁଭକାମନା, ଭଗବାନଙ୍କ ନିକଟରେ ପ୍ରାର୍ଥନା ମୋର ନୈତିକ ମନୋବଳ ବଢ଼ାଇଛି ।