Odia News Portal

ବାହୁଡ଼ା ପୂର୍ବରୁ ୫ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ

ପୁରୀ()  ବାହୁଡ଼ା ପୂର୍ବରୁ ସବୁ ସେବାୟତଙ୍କ ହେବ କୋଭିଡ ଟେଷ୍ଟ । ୫ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ କରାଯିବ । ଏହାସହ ନିୟୋଜିତ ହୋଇଥିବା ଅଧିକାରୀଙ୍କ ହେବ କୋଭିଡ ଟେଷ୍ଟ । ଆଜିଠାରୁ ଆରମ୍ଭ ହୋଇଛି ଏହି ଟେଷ୍ଟ ପ୍ରକ୍ରିୟା । ପୁରୀର ସମସ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯିବ । ଏହାସହିତ ଆଗକୁ ସବୁ ପୋଲିସ କର୍ମୀଙ୍କର କୋଭିଡ ଟେଷ୍ଟ କରାଯିବ । ସେବାୟତଙ୍କ ପାଇଁ ଆଉ ୫ ହଜାର ମାସ୍କ ଯୋଗାଇ ଦେବ ବୟନିକା । ଏକ ଉଚ୍ଚ ସ୍ତରୀୟ ବୈଠକରେ ପରେ ଏହି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ଓ ପୁରୀ ଜିଲ୍ଲାପାଳ ।

ସେହିଭଳି ପୋଲିସ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯିବ । ରଥଯାତ୍ରାରେ ସାମିଲ ପୋଲିସ କର୍ମୀଙ୍କ ନମୁନା ସଂଗ୍ରହ କରାଯିବ । ଆଜି ୫୦୦ ପୋଲିସ କର୍ମୀଙ୍କର ହେବ କରୋନା ଟେଷ୍ଟ । ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଚାଲିଛି ନମୁନା ସଂଗ୍ରହ ।