Odia News Portal

ଦାଗୀ ନେତାଙ୍କ ତାଲିକା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ () ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଏଣିକି ସମସ୍ତ ରାଜନୈତିକ ଦଳ ନିଜ ନିଜର ପାର୍ଥୀଙ୍କ ଅପରାଧିକ ତଥ୍ୟ ୱେବସାଇଟରେ ଅପଲୋଡ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।

ତୁରନ୍ତ ସମସ୍ତ ଦାଗୀ ନେତାଙ୍କ ତାଲିକା ଦିଅ । ଅପରାଧିକ ସୂଚନାକୁ ସାର୍ବଜନୀନ କରାଯାଉ । ରାଜନୀତିରେ ଦାଗୀ ନେତାଙ୍କୁ ଦେଖି ଚିନ୍ତା ବ୍ୟକ୍ତ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ସମସ୍ତ ରାଜନୈତିକ ଦଳ ନିଜ ନିଜ ୱେସାଇଟରେ ୱେବସାଇଟରେ ପ୍ରାର୍ଥୀଙ୍କ ସବିଶେଷ ତଥ୍ୟ ଦେବେ । ଏଥିରେ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଓ ସେମାନଙ୍କ ଚୟନ କରିବାର କାରଣ ଦର୍ଶାଇବେ ।

କେବଳ ଏତିକି ନୂହେଁ ଯେଉଁ ଦଳ ଅପରାଧୀଙ୍କୁ ପାର୍ଥୀ କରୁଥିବ ସେ ଦଳ ସ୍ପଷ୍ଟୀକରଣ ଦେବ କେଉଁ କାରଣ ପାଇଁ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକଟ ଦେଉଛି ? ତାହା ମଧ୍ୟ ଦଳ ଜଣାଇବାକୁ ନିର୍ଦ୍ଧେଶ ଦେଇଛନ୍ତି ସୁପ୍ରିମକୋର୍ଟ ।