Odia News Portal

ଆସୁଛି ‘ଫୋନି’ , ବଢୁଛି ଇଭିଏମ ସୁରକ୍ଷା ଚିନ୍ତା

ଭୁବନେଶ୍ବର() ଇଭିଏମରେ ସୁରକ୍ଷା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦ୍ଖଳ ସମ୍ମିଳନୀ । କିଭଳି ସୁରକ୍ଷିତ ରଖାଯିବ ଇଭିଏମ ସେନେଇ ସିଇଓ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଥିବା ଜିଲ୍ଲା ଗୁଡ଼ିର କିଛି ସ୍ଥାନରେ ଇଭିଏମକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଆସିଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । କମିଶନଙ୍କ ନିର୍ଦ୍ଦେଶ ଆସିବା ପରେ ପଦକ୍ଷେପ ନିଆଯିବ । କିଛି ସ୍ଥାନରେ ଇଭିଏମ ସ୍ଥାନାନ୍ତର ପ୍ରସ୍ତାବ ଆସିଛି । ବିଶେଷ କରି ‘ବାତ୍ୟା’ ଫୋନି ଓ ବର୍ଷା ପାଇଁ ଗଜପତିରେ ମଧ୍ୟ ଇଭିଏମ୍ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଇଭିଏମ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ, ରାଜ୍ୟରେ ୧୪୬ଟି ବିଧାନସଭା ଓ ୨୧ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ତେଣୁ ଏହି ସବୁ ଇଭିଏମ ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍ ରେ କିଭଳି ସୁରକ୍ଷିତ ରଖାଯିବ ସେନେଇ ଆମେ ସଜାଗ ରହିଛୁ ବୋଲି କହିଛନ୍ତି ସିଇଓ ସୁରେନ୍ଦ୍ର କୁମାର ।

ଅନ୍ୟପଟେ ଉଗ୍ର ହେଉଛି ବାତ୍ୟା ‘ଫୋନି’ । ସାରା ରାଜ୍ୟକୁ ଡ଼ରାଉଛି ଆଉ ଲୋକଙ୍କ ମନରେ ଭୟ ଘାରିଛି । ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲାଣି ‘ଫନି’ । ୩ ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦ କିଲୋମିଟର ବେଗରେ ପବନ ବହିବା ସହ ଭୀଷଣ ବର୍ଷା ମଧ୍ୟ ହେବ । ଏହି ସମୟରେ ବିଭିନ୍ନ ପ୍ରକାର ବିପର୍ୟ୍ୟୟ ଘଟିପାରେ ।