Odia News Portal

ପୁଣି ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର() ପେନସନଭୋଗୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦୧୯ ଜୁଲାଇ ପହିଲାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୧୨ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୬ ପୂର୍ବରୁ ଏବଂ ୨୦୧୬ ପରେ ଅବସର ନେଇଥିବା ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କ ପେନସନକୁ ୨୦୧୬ ଜାନୁଆରି ପହିଲାରୁ ସଂଶୋଧନ କରାଯାଇଥିଲା। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ୨୦୧୭ ସେପ୍ଟେମ୍ବର ୨୩ରେ ନିର୍ଦ୍ଦେଶନାମା ଜାରି ହୋଇଥିଲା।

ରାଜ୍ୟ ସରକାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା କରିଥିଲେ ମଧ୍ୟ ଏହାକୁ ୨୦୧୯ ଜୁଲାଇ ପହିଲାରୁ କାର୍ୟ୍ୟକାରୀ କରିବା ପରିବର୍ତ୍ତେ ୨୦୨୦ ଜାନୁଆରି ପହିଲାରୁ ବଢ଼ାଇଥିଲେ। ଏ ନେଇ ରାଜ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ପେନସନଭୋଗୀଙ୍କ ଦାବିକୁ ବିଚାରକୁ ନେବା ପରେ ରାଜ୍ୟ ସରକାର ୨୦୧୯ ଜୁଲାଇ ୧ ତାରିଖରୁ ୫ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।