Odia News Portal

ଶେଷରେ ପଦ୍ମ ଧରିଲେ ଦାମ

ଭୁବନେଶ୍ବର() ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର ଦାମୋଦର ରାଉତ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେଡିରୁ ବହିଷ୍କାର ହେବା ପରେ ଦାମ କେଉଁ ଦଳକୁ ଯିବେ ସେ ନେଇ ସେ ନିଜେ ଦ୍ୱନ୍ଦ ଥିଲେ ଏବଂ ରାଜନୈତିକ ମହଲରେ ମଧ୍ୟ ସସପେନ୍ସ ରହିଥିଲା । ହେଲେ ଆଜି ଦାମ ବିଜେପିରେ ମିଶିବା ପରେ ସେ ସବୁ ଦୂର ହୋଇଛି । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଠାରେ ଆଜି ଦାମ ବିଜେପିରେ ଯୋଗ ଦେଇଛନ୍ତି । ଏହି ଉସ୍ôବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପ୍ରଭାରୀ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ବରିଷ୍ଟ ନେତା ମାନେ ଉପସ୍ଥିତ ଦେଇଥିଲେ ।
ଦାମ କହିଛନ୍ତି: ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱକୁ ଗ୍ରହଣ କରିଛନ୍ତି । ଦଳ ଯାହା ବି ନିଷ୍ପତି ନେବ ସେ ଗ୍ରହଣ କରିବେ ବୋଲି ଦାମ କହିଛନ୍ତି ।
ଦାମଙ୍କ ପୁଅ ବିଜେଡିରୁ ପାରାଦୀପ ପାଇଁ ଟିକେଟ ଆଶାୟୀ ଥିବା ବେଳେ ଆଜି ଦାମ ବିଜେପିରେ ଯୋଗ ଦେଇଛନ୍ତି । ତେବେ ଏହାର ପରିଣାମ କଣ ମିଳିବ ତାହା ତ ଆଗାମି ଦିନରେ ଜଣାପଡିବ ।