ଶ୍ରୀମନ୍ଦିରରେ ଧାଡି ଦର୍ଶନ ବନ୍ଦ । କାର୍ତ୍ତିକ ମାସ ଆରମ୍ଭରୁ ପାଖାପାଖି ୨୧ ଦିନ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ ଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ଧାଡି ଦର୍ଶନକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦିତ୍ୟ ପାଢୀ । ହବିଷ୍ୟାଳୀ ୪ ଦ୍ୱାରରେ ଯାଇପାରିବେ । ଆସନ୍ତା ପଞ୍ଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଧାଡି ଦର୍ଶନ ବ୍ୟବସ୍ଥା ଚାଲୁନଥିବା କହିଛନ୍ତି । ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀରେ ତୁମୁଳକାଣ୍ଡ ସୃଷ୍ଟି ହୋଇଥିଲା ।
ଉଲ୍ଲେଖ ଥାଉ କି, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିଛି। କିନ୍ତୁ ଆରମ୍ଭରୁ ସେବାୟତ, ବିଭିନ୍ନ ସଂଗଠନ ଏହାକୁ ଦୃଢ଼ ବିରୋଧ କରି ଆସୁଛନ୍ତି। ଏହାକୁ ନେଇ ନିକଟରେ ପୁରୀରେ ଭୟଙ୍କର ହିଂସାକାଣ୍ଡ ଘଟିଥିଲା। ତଥାପି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଶୃଙ୍ଖଳିତ କରି ପାରୁନଥିବାରୁ ଦିନକୁ ଦିନ ଦର୍ଶନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। କାର୍ତ୍ତିକ ମାସ ଚାଲି ଥିବାରୁ ପ୍ରତିଦିନ ପୁରୀରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଛି । ପରିସ୍ଥିତି ଏପରି ହୋଇଯାଉଛୁ କି ଧାଡ଼ିରେ ଛିଡ଼ା ହେବାକୁ ଜାଗା ଟିକେ ମଧ୍ୟ ମିଳିପାରୁନି । ଯାହାଦ୍ୱାରା ଅନେକ ଅପ୍ରତିକର ପରିସ୍ଥିତି ଉପୁଜୁଛି ।
Sign in
Sign in
Recover your password.
A password will be e-mailed to you.