Odia News Portal

ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର() କରୋନା ପାଇଁ ପୁରା ଦେଶରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଓଡିଶାରେ ଲକଡାଉନ କାରଣରୁ ରାଜ୍ୟରେ ଅନେକ କ୍ଷତି ହୋଇଛି । ଏହି କ୍ଷତିର ଭରଣା ପାଇଁ କେନ୍ଦ୍ର ରାଜ୍ୟକୁ ୨୧୩୧କୋଟି ପ୍ରଦାନ କରିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଜ୍ୟ ମାନଙ୍କ ଅର୍ଥନୈତିକ ସମସ୍ୟାକୁ ଆଖି ଆଗରେ ରଖି ସମସ୍ତ ରାଜ୍ୟର ଏପ୍ରିଲ ମାସର ପ୍ରାପ୍ୟ ୪୬,୦୩୮.୧୦ କୋଟି ଟଙ୍କା ପ୍ରଦାନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ।

ସୂଚନା ଅନୁସାରେ ଉତ୍ତର ପ୍ରଦେଶକୁ ସର୍ବାଧିକ ୮.୨୫୫.୧୯କୋଟି ଦିଆଯାଇଥିବା ବେଳେ ସର୍ବନିମ୍ନ ୧୭୭.୭୨କୋଟି ଗୋଆକୁ ଦିଆଯାଇଛି ।