Odia News Portal

ଇନଫୋ ଭ୍ୟାଲି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା

ଭୁବନେଶ୍ୱର() ଲୋକ ସେବା ଭବନରେ ଶିଳ୍ପମନ୍ତ୍ରୀ କ୍ୟାପଟେନ ବିଦ୍ୟଶଙ୍କର ମିଶ୍ରଙ୍କ ମଧ୍ୟକ୍ଷତାରେ ଭୁବନେଶ୍ୱର ମହାନଗର ଉପକଣ୍ଠରେ ୭୩୦ ଏକର ଜମି ଉପରେ ନୂତନ ଭାବେ ବିକଶିତ ହେଉଥିବା ଇନଫୋ ଭ୍ୟାଲି ପ୍ରକଳ୍ପର ଅଗ୍ରଗତି ଉପରେ ଏକ ସମୀକ୍ଷା ବୈଠକ ଅନୁÂିତ ହୋଇଥିଲା । ଏହି ପ୍ରସ୍ତାବରେ ଭ୍ୟାଲିରେ ଆଇଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ, ଇଲୋକେଫ୍ରାନିକ ସାମଗ୍ରୀ ଉପôାଦନ ପାର୍କ, ମିକ୍ସଡ ଜୋନ, ଗ୍ରୀନଜୋନ ଏବଂ ସେଣ୍ଟ୍ରାଲ ପାର୍କ ରହିଛି । ଏବେ ଆଇଟି ପାର୍କରେ ଇନଫୋସିସର ଦ୍ୱିତୀୟ କ୍ୟାମ୍ପସ କାମ ଆରମ୍ଭ କରି ସାରିଛି ।

ସେହିପରି ଇଲୋକେଫ୍ରାନିକ ପାର୍କରେ ଶାନ୍ତି ସୋଲାର ଉଦ୍ୟୋଗ ତା’ର ଔଦ୍ୟୋଗିତ କାର୍ଯ୍ୟ ଆରମ୍ଭ କରିଛି ଏବଂ ଅନ୍ୟଗୁଡିକ ନିର୍ମାଣର ବିଭିନ୍ନ ପର୍ଯ୍ୟୟରେ ରହିଥିବା ସମୀକ୍ଷାରୁ ଜଣାପଡିଛି । ଏହି ଇଲୋକେଫ୍ରାନିକ ପାର୍କରୁ ୨୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତିÂା କରାଯାଉଛି ଏବଂ ଏହା ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ଦ୍ୱାରା ମଞ୍ଜୁର ପ୍ରାପ୍ତ ଅଟେ ।

ଏତଦବ୍ୟତୀତ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଔଦୋଗିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ଅନେକ ବିକାଶ କାର୍ଯ୍ୟ ଓ ମୌଳିକ ସେବା ଯୋଗାଇ ଦିଆଯାଇଛି । ଶିଳ୍ପମନ୍ତ୍ରୀ କ୍ୟାପାଟେନ ମିଶ୍ର ନିର୍ମାଣଜନିତ କାର୍ଯ୍ୟଗୁଡିକ ଯଥାଶୀଘ୍ର ସାରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଏହା ପୂର୍ଣ୍ଣଙ୍ଗ ହେଲେ ଏକ ବିଶ୍ୱସ୍ତରୀୟ ଆଇଟି କ୍ଷେତ୍ର ଭାବେ ପରିଗଣିତ ହୋଇ ପାରିବ ବୋଲି ମତ ରଖିଥିଲେ ।