ଅନୁଗୋଳ: ସପ୍ତମ ଅନୁଗୋଳ ଜିଲ୍ଲା ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ ପଡିଆରେ ଉଦଘାଟିତ ହୋଇଯାଇଛି, ଯାହାକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଅାଜି ଷ୍ଟାଡିୟମ ଠାରେ ସଂସ୍କୃତି ପରିଷଦ ପକ୍ଷରୁ ଯୋଗ ଶିବିର ଉଦଘାଟିତ ହୋଇଛି ।ଏହି ଯୋଗ ଶିବିର କୁ ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ,
ସମାଜସେବୀ ପର୍ଶୁରାମ ଦାଶ, ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ସେଠୀ,ଯୋଗଗୁରୁ ଅଭୟ ରାୟ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।ଶିବିରରେ ଅନୁଗୋଳ ହାଇସ୍କୁଲ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ,ଯୋଗ ପ୍ରେମୀ ଯୋଗଦେଇଥିଲେ ।ଏହି ଯୋଗଶିବିର ଅାସନ୍ତାକାଲି ସକାଳେ ମଧ୍ୟ ଅନୁଷ୍ଠିତ ହେବ ।
