Odia News Portal

ଏଣିକି ମଦୁଆ ଡ୍ରାଇଭର ଗିରଫ ହେବେ

ଭୁବନେଶ୍ବର()   ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୋଲିସ ।ଆଜି ସନ୍ଧ୍ୟାରୁ ସବୁ ଟୋଲ୍ଗେଟ୍ରେ ଡ୍ରାଇଭରଙ୍କୁ ଯାଞ୍ଚ କରାଯିବ ଓ ସେମାନେ ମଦ ପିଇଛନ୍ତି କି ନାହିଁ, ତାହା ଦେଖାଯିବ। ଡିଜିପି ବିଜୟ କୁମାର ଶର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ ଆଜି ସନ୍ଧ୍ୟାରୁ ଚେକିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ମଦୁଆ ଡ୍ରାଇଭରଙ୍କୁ ଧରିବା ମାତ୍ରେ ବ୍ରେଥ ଆନାଲାଇଜର ଟେଷ୍ଟ କରିବା ସହ ୨ ଘଣ୍ଟା ମଧ୍ୟରେ ରକ୍ତ ପରୀକ୍ଷା କରାଯିବ । ସେହିଭଳି ମହିଳାଙ୍କ କ୍ଷେତ୍ରରେ କେବଳ ମହିଳା ଡାକ୍ତର ହିଁ ରକ୍ତପରୀକ୍ଷା କରିପାରିବେ ।ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ମଦୁଆ ଚାଳକଙ୍କର ବେଲ କରାନଯାଏ ତେବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ । ଏପରିକି କୋର୍ଟରେ ହାଜର କରାଯିବା ସହ ପ୍ରମାଣ ସ୍ୱରୂପ ଟୋଲଗେଟର ସିସିଟିଭି ଫୁଟେଜ ଦିଆଯିବ ।