Odia News Portal

ପୂର୍ବତଟ ରେଳବାଇକୁ ବୁଡାଇଦେବାକୁ କେନ୍ଦ୍ରର ଚକ୍ରାନ୍ତ

ଭୁବନେଶ୍ବର () ପୂର୍ବତଟ ରେଳବାଇର ବିଭାଜନ କରି ବିଶାଖାପାନାରେ ଆଉ ଏକ ରେଳବାଇ ଜୋନ- ଦକ୍ଷୀଣତଟ ରେଳବାଇ ଡିଭିଜନ ପ୍ରତିÂା କରାଯିବା ପୂର୍ବତଟ ରେଳବାଇ ପାଇଁ ମୃତ୍ୟୁଘଣ୍ଟି ଭଳି ହୋଇଛି । ପୂର୍ବତଟ ରେଳବାଇକୁ ବୁଡାଇଦେବା ପାଇଁ ଏହା କେନ୍ଦ୍ରର ଆଉ ଏକ ଚକ୍ରାନ୍ତ ।

ଦେଶର ରେଳବାଇ କ୍ଷେତ୍ରରେ ପୂର୍ବତଟ ରେଳବାଇ ଏକ ଲାଭଦାୟୀକ ସଂସ୍ଥା ବାର୍ଷିକ କେନ୍ଦ୍ର ସରକାର ଏହି ରେଳବାଇରୁ ୨୦ହଜାର କୋଟି ଟଙ୍କା ଟିକସ ସଂଗ୍ରହ କରୁଛନ୍ତି । ହେଲେ ଏହି ରେଳବାଇକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ସେତିକି ଗୁରୁତ୍ୱ ଦିଆଯାଉନାହିଁ । ଗୋଟେ ପଟେ ଓଡିଶାର ଉତ୍ତର ଓ ପଶ୍ଚିମ ଭାଗରେ ଏକ ବୃହତ ଅଂଚଳ ଯେଉଁଠାରୁ ବହୁ ପରିମାଣରେ କୋଇଲା ଓ ଲୁହା ପଥର ଭଳି ଖଣିଜ ସମ୍ପଦ ରପ୍ତାନି ହେଉଛି ତାହା ଏବେବି ଚକ୍ରଧରପୁର(ଦକ୍ଷୀଣପୂର୍ବ) ଡିଭିଜନରେ ରହିଛି । ଏବେ ପୁଣି ୱାଲଟିଅର ଡିଭିଜନର ଏକ ସିଂହ ଭାଗକୁ ବିଶାଖାପାଟଣାର ନୂଆ ଡିଭିଜନ ସହ ସାମିଲ କରାଯିବ । ଓଡିଶା ପ୍ରତି କେନ୍ଦ୍ରୀୟ ଅଭାବର ଆଉ ଏକ ବଳିÂ ନମୁନା । ଏହା ପୂର୍ବତଟ ରେଳବାଇକୁ ମୃତ୍ୟୁଘଣ୍ଟି ଶୁଣାଇଲା ଭଳି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଅଭିଯୋଗ କରିଛନ୍ତି ।
ପୂର୍ବତଟ ରେଳବାଇରେ ବିଶାଖାପାଟଣା ଠାରେ ସବୁ ଡିଜେଲ ଓ ବୈଦୁ୍ୟତିକ ୱାଗନର ମରାମତି କରାଯାଇଥାଏ । ଭାଇଜାକ ଠାରେ ଥିବା ଡିଜେଲ ସେଡ ସବୁଠାରୁ ବଡ ସେଡ । ଓଡିଶାରେ ଏଭଳି କୌଣସି ଡିଜେଲ ଇଂଜିନ ସେଡ ନାହିଁ । ଭାଇଜାକରେ ଥିବା ବୈଦୁ୍ୟତୁକ ଇଂଜିନ ସେଡ ମଧ୍ୟ ଭାରତରେ ସର୍ବବୃହ । ଏହା ପୂର୍ବତଟ ରେଳବାଇ ଅଧୀନରେ ଆସୁଥିଲା । ଏହି ସୁବିଧା ପୂର୍ବତଟ ରେଳବାଇ ଠାରୁ କାଢି ନିଆଯିବା ଦ୍ୱାରା ଓଡିଶାର ରେଳ ଇଂଜିନ ଓ ୱାଗନର ମରାମତି ଆଗକୁ ସମସ୍ୟା ସୃଷ୍ଟି କରିବ । ପୂର୍ବରୁ ମଧ୍ୟ ଦକ୍ଷୀଣପୂର୍ବ ରେଳବାଇର ବିଭାଜନ ବେଳେ ଓଡିଶା କ୍ଷତି ସହିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ ବି କେନ୍ଦ୍ର ସରକାର ସବୁ ମରାମତି ଭିତ୍ତିଭୂମି ଓ ପୁଂଜି ନିବେଶ ପାଇଁ ବିଶାଖାପାଟଣାକୁ ବାଛିଥିଲେ । ଏହି ସବୁ ସୁବିଧା ଏବେ ଓଡିଶାରୁ ହଟିଯିବା ପରେ ଲୋକଙ୍କ ସ୍ୱାର୍ଥ ଓ ପୁଂଜିନିବେଶକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପୂର୍ବତଟ ରେଳବାଇକୁ ଅନ୍ୟ ରେଳବାଇ ଉପରେ ନିର୍ଭର କରିବାକୁ ପଡିବ । ଓଡିଶାକୁ ଏବେ ୱାଗନ ମରାମତି ପାଇଁ ଅନ୍ୟ ଜୋନ ଓ ବାହାରର ଡିଭିଜନର ଦୟା ଉପରେ ନିର୍ଭର କରିବାକୁ ପଡିବ ।

ଗତ ଫେବୃଆରି ୧୬ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଲେଖିଥିବା ଚିଠିରେ ପୂର୍ବତଟ ରେଳବାଇରୁ ୱାଲଟିଅର ଡିଭିଜନ କାଢିନିଆଯିବା ପ୍ରସ୍ତାବକୁ ବିରୋଧ କରିଥିଲେ । ଏଥି ସହିତ ରାଜ୍ୟର ପୂର୍ବତଟ ରେଳବାଇର ଦକ୍ଷତା ବୃଦ୍ଧି ପାଇଁ ୩ଟି ନୂଆ ଡିଭିଜନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ୩ଟି ନୂଆ ଡିଭିଜନ ମଧ୍ୟରୁ ଗୋଟିଏ ଡିଭିଜନର ମୁଖ୍ୟାଳୟ ରାଉଲକେଲା ଅନ୍ୟଟିର ଯାଜପୁର/ଯାଜପୁର-କେନ୍ଦୁଝର ରୋଡ ଏବଂ ରାୟଗଡା ଠାରେ ପ୍ରତିÂା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ।

ରାଜ୍ୟର ଏହି ସବୁ ଦାବିକୁ ଅଣଦେଖା କରିବା ସତେ ଯେମିତି ଯଥେଷ୍ଟ ନଥିଲା । ସୀତଳାପଲ୍ଲୀ ଠାରେ ୱାଗନ କାରଖାନା ଓ ନର୍ଲା ଠାରେ ୱାଗନ ମରାମତି ୱାର୍କସପ ପ୍ରତିÂା ଦାବିକୁ କେନ୍ଦ୍ର ସରକାର ଅତି ସହଜରେ ଏଡାଇ ଛାଲିଛନ୍ତି । ବର୍ଷକୁ ଓଡିଶାରୁ ୨୦ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ରାଜ୍ୟର ରେଳପାଇ ପାଇଁ ମାତ୍ର ୨ହଜାର ଟଙ୍କା ଖର୍ଚ୍ଚ ହେଉଛି ।
ଓଡିଶାକୁ ଏବେ ଶିଳ୍ପପତି ମାନେ ପୁଂଜି ନିବେଶ ପାଇଁ ଆଗ୍ରହି ଥିବା ବେଳେ ବହୁ ସଂଖ୍ୟାରେ ପୋର୍ଟ ଓ ଲକ୍ଷାଧିକ ମୋଟି ଟଙ୍କର ଶିଳ୍ପପ୍ରତିÂା ହେଉଛି । କିନ୍ତୁ ପୁରା ଓଡିଶାକୁ ଗୋଟିଏ ରେଳବାଇ ଜୋନ ଅଧୀନରେ ରଖାନଯିବା ରାଜ୍ୟ ପ୍ରତି କେନ୍ଦ୍ରୀୟ ଅଭହେଳାର ମାତ୍ରାକୁ ସୂଚାଉଛି ବୋଲି ମାନସ ଅଭିଯୋଗ କରିଛନ୍ତି ।

ଆନ୍ଧ୍ରପ୍ରଦେଶ ଗଠନ ହେବା ପରେ ଦକ୍ଷିଣତଟ୍ଟ ରେଳବାଇ ଗଠନ ଏକ ସାମ୍ବିଧାନିକ ବାଧ୍ୟବାଧକତା ନଥିଲା । ୨୦୧୬ରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଠନ କରାଯାଇଥିବା ଉଚ୍ଚସ୍ତରୀୟ କମିଟି ପୂର୍ବତଟ ରେଳବାଇର ବିଭାଜନକୁ ସର୍ବସମ୍ମତ କ୍ରମେ ଅଗ୍ରାହ୍ୟ କରିଥିଲା । କିନ୍ତୁ ଏହି ରିପୋର୍ଟକୁ ୩ବର୍ଷ ଚାପି ରଖିଦିଆଗଲା । ଠିକ ନିର୍ବାଚନ ମୁଣ୍ଡଉପରେ ଥିବା ବେଳେ ଓଡିଶାର ସ୍ୱାର୍ଥକୁ ଜଳାଂଜଳି ଦେଇ ରାଜନୈତିକ ସ୍ୱାର୍ଥ ପାଇଁ ଦକ୍ଷିଣତଟ ରେଳବାଇ ଡିଭିଜନ ଗଠନ କରାଗଲା । ଆନ୍ଧ୍ରର ରାଜନୈତିକ ଚାପ ଆଗରେ ମୁଣ୍ଡ ନୂଆଁଇ ଥିବା ବିଜେପି ନେତୃତ୍ୱଧିନ କେନ୍ଦ୍ର ସରକାର ଓଡିଶାର ଦାବିକୁ କାହିଁକି ଅଣଦେଖା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାରୁ କେନ୍ଦ୍ରରେ ପ୍ରତିନିଧିତ୍ୱ କରୁଥିବା ୨କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ରାଜ୍ୟର ସ୍ୱାର୍ଥ ତଥା କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ପ୍ରତିଶୃତି, ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ନିରବ ରହିବା ଏବଂ ଏବେ ଓଡିଶା ରୋଳ ନେଟୱାର୍କକୁ ଖଣ୍ଡବିଖଣ୍ଡ କରିବା ରାଜ୍ୟ ପ୍ରତି ସେମାନଙ୍କର ଧୋକାବାଜିର ଉଦାହରଣ । ଓଡିଶା ପ୍ରତି ଏହି ଧୋକାବାଜି ଓ ଷଡଯନ୍ତ୍ରର ଜବାବ ଆସନ୍ତା ନିର୍ବାଚନରେ ଭୋଟର ଦେବେ ବୋଲି ସେ କହିଛନ୍ତି ।