Odia News Portal

ସାରଥିଙ୍କ ବାରିମୂଳେ ଇଡି

କେନ୍ଦ୍ରାପଡ଼ା()  କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଲାଗିଛି । ନୋଟିସ୍ରେ ଆଶ୍ରମକୁ ଅନଧିକୃତ ପ୍ରବେଶ କରିବାକୁ ବାରଣ କରାଯାଇଛି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ଜଣିଆ ଟିମ୍ ଆଶ୍ରମରେ ପହଞ୍ଚି ଏହି ନୋଟିସ୍ ଲଗାଇଥିଲେ। ଏହାସହ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ଗତିବିଧି ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ନଜର ରଖିବ ।

୪ ବର୍ଷ ଧରି ଜେଲରେ ରହିବା ପରେ ଗତ ୨୫ ତାରିଖ ଦିନ ସାରଥି ସର୍ତ୍ତମୂଳକ ଜାମିନ୍ରେ ଜେଲରୁ ବାହାରିଥିଲେ। ଜେଲରୁ ବାହାରି ପୂର୍ବରୁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ, ଏପରିକି ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଥିଲେ।।

ହାଇକୋର୍ଟରେ ରଖାଯାଇଥିବା କୋଣସି ସର୍ତ୍ତକୁ ଉଲଂଘନ କରନ୍ତି ତେବେ ଏହି ଦାୟିତ୍ୱରେ ଥିବା ଅଧିକାରୀ ବିଭାଗର ପରାମର୍ଶ ନେଇ ପଦକ୍ଷେପ ନେବେ । ଜୁନ ୨୫ରେ ସନ୍ତୋଷ ରାଉଳ ଆଜି କଟକ ଚୈାଦ୍ୱାର ଜେଲରୁ ମୁକୁଳିଥିଲେ । ୪ଦିନ ପୂର୍ବରୁ ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଅନ୍ତେବାସୀଙ୍କୁ ନିର୍ୟ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା । ସେଠାରେ ଭଣ୍ଡ ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର ହେବା ପରେ ତାକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟକୁ ଜାମିନ କାଗଜପତ୍ର ପାଇଁ ପଠାଯାଇଥିଲା ।