Odia News Portal

ଜୋ ବିଡେନଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ

ନୂଆଦିଲ୍ଲୀ() ଆମେରିକାର ୪୬ ତମ ରାଷ୍ଟ୍ରପତି ହେବେ ଜୋ ବାଇଡେନ୍‌। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେଲେ ଜୋ ବାଇଡେନ୍‌। ଡେମୋକ୍ରେଟ୍‌ ଦଳର ପ୍ରାର୍ଥୀ ଭାବେ ସେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଥିଲେ। ସେ ମ୍ୟାଜିକ୍‌ ନମ୍ବର ୨୭୦ ଇଲେକ୍ଟ୍ରରାଲ ଭୋଟ୍‌ରପୁ ଅଧିକ ପାଇଛନ୍ତି। ତାଙ୍କୁ ଶନିବାର ଗଣତି ସୁଦ୍ଧା ୨୮୪ ଟି ଇଲେକ୍ଟୋରାଲ୍‌ ଭୋଟ୍‌ ପାଇଛନ୍ତି। ଟ୍ରମ୍ପ ୨୧୪ଟି ଇଲେକ୍ଟୋରାଲ୍‌ ଭୋଟ୍‌ ପାଇଛନ୍ତି। ନର୍ଥ କାରଲିନାରେ ଭୋଟ ଗଣତି ଜାରି ରହିଛି।

ଅପରପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି ଜୋ ବାଇଡେନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ସହ କହିଛନ୍ତି ଯେ, ମୋର ବିଶ୍ବାସ ଅଛି ବାଇଡେନ୍‌ ଆମେରିକାକୁ ଏକଜୁଟ କରିବେ ଓ ଦୃଢ଼ ଦିଗଦର୍ଶନ ପ୍ରଦାନ କରିବେ।

ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।ବାଇଡେନଙ୍କ ଠାରୁ ଟ୍ରମ୍ପଙ୍କ ପରାଜୟ ପାଇଁ ଅନେକ କାରଣକୁ ଦାୟୀ କରାଯାଇଛି । ମହାମାରୀ କରୋନା ପାଇଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଓ ମୃତକଙ୍କ ସଂଖ୍ୟାକୁ ଆୟତ ନକରି ପାରିବା ଟ୍ରମ୍ପଙ୍କ ପରାଜୟର ମୁଖ୍ୟକାରଣ ବୋଲି କୁହାଯାଉଛି ।