Odia News Portal

ଗଛକଟାରୁ ସଂଘର୍ଷ

ବିନିକା: ଝିମିଟି ଖେଳରୁ ମହାଭାରତ ହେବା ଭଳି ସାମାନ୍ୟ ଗଛକଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହୋଇଛି ସଂଘର୍ଷ । ଉଭୟ ଉଭୟଙ୍କୁ ଆକ୍ରମଣ ଏବଂ ପ୍ରତିଆକ୍ରମଣ କରିଛନ୍ତି । ସବୁର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭବାନୀପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ପରିବାରର ଦୁଇ ଭାଇ ଅନ୍ୟ ପରିବାରର ଦୁଇଭାଇ ଏବଂ ତାଙ୍କ ମାଙ୍କୁ କାଠଫାଳିଆରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୁରୁତର ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜୟଗୋପାଲ ବଘାର ଏବଂ କୌଶଲ୍ୟା ବଘାରଙ୍କ ପରିବାର ମଧ୍ୟରେ ଦେଖିବାକୁ ମିଳିଛି ଏହି ସଂଘର୍ଷ । ଘର ପଛପଟେ ଥିବା ଗଛକଟାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଶେଷରେ ଏହି ସଂଘର୍ଷ ଉଗ୍ରରୂପ ନେଇଥିଲା । କୌଶଲ୍ୟା ପ୍ରସାଦ ଏବଂ ତାଙ୍କ ସାନଭାଇ ପରମାନନ୍ଦ କାଠଫାଳିଆରେ ଜୟଗୋପାଲଙ୍କ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ଜୟଗୋପାଲ, ତାଙ୍କ ବଡ଼ଭାଇ ବାଲଗୋପାଲ ଏବଂ ମା ଡାଲିମ୍ବ ବଘାର ଗୁରୁତର ଆହତ ହୋଇଛନ୍ତି । ପଡୋଶୀ ଏବଂ ଆହତଙ୍କ ପରିବାର ମିଶି ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖାଦେଇଛି ।