ଭୁବନେଶ୍ବର () ଅନେକ ସମୟରେ ରାଜନୈତିକ ମହଲରେ ଆଲୋଚନା ହୁଏ, ନବୀନ ପଟ୍ଟନାୟକ କାହିଁକି ଏବେ ବି ଲୋକପ୍ରିୟ ଏବଂ କ୍ରମାଗତ ଭାବେ କେମିତି 19 ବର୍ଷ ଧରି କ୍ଷମତାରେ ଅଛନ୍ତି । ଏହି ଭିଡିଓଟି ତାର ପ୍ରମାଣ । ଚାରି ଚାରି ଥରର ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ଦ୍ବାରା ନିଯୁକ୍ତ ଫ୍ଲାଇଙ୍ଗ ସ୍କାର୍ଡ ଯାଞ୍ଚ କରିବାକୁ ପଛାଉନାହିଁ । ଆଉ ଜଣେ କେନ୍ଦ୍ରରେ ମନ୍ତ୍ରୀ ଥିବାରୁ ଫ୍ଲାଇଙ୍ଗ ସ୍କାର୍ଡ ଯାଞ୍ଚ କରିବାକୁ ପହଁଚିବାରୁ କେଉଁ ସ୍ବରରେ ସେମାନଙ୍କୁ ଧମକ ଦେଉଥିଲେ ତାର ପ୍ରମାଣ ଗତକାଲି ଦେଖିବାକୁ ମିଳିଥିଲା ।
ଗତକାଲି ନିର୍ବାଚନ କମିଶନଙ୍କ ଦ୍ବାରା ନିଯୁକ୍ତ ଫ୍ଲାଇଙ୍ଗ ସ୍କାର୍ଡ ମୁଖ୍ୟମନ୍ତ୍ରୀଙ୍କ ଚୋପରକୁ ଯାଞ୍ଚ କରିଛନ୍ତି । ଗତକାଲି ରାଉଲକେଲାରେ ମୁଖ୍ୟମନ୍ତ୍ରୀ ଚୋପରରେ ପହଁଚିବା ପରେ ପହଁଚିଥିଲେ ଫ୍ଲାଇଙ୍ଗ ସ୍କାର୍ଡ । ସେଠାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ସବୁ ସାମଗ୍ରୀ ଯାଞ୍ଚ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଟାଚି, ତାଙ୍କ ସାଙ୍ଗରେ ଥିବା ଆଇସ ବକ୍ସ ଆଦିକୁ ସ୍କାର୍ଡ ଯାଞ୍ଚ କରିଥିଲେ । ଫ୍ଲାଇଙ୍ଗ ସ୍କାର୍ଡ ମୁଖ୍ୟମନ୍ତ୍ରୀଙ୍କ ସବୁ ସାମାନ ଯାଞ୍ଚ କରିସାରିବ ପରେ ସେ ଚୋପରରୁ ବାହାରି ରାଉଲକେଲାରେ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ମୁଖ୍ୟମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀ ଫ୍ଲାଇଙ୍ଗ ସ୍ବାର୍ଡକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିବା ସହ ଗୋଟିଏ ପରେ ଗୋଟିଏ ସାମଗ୍ରୀ ସେମାନଙ୍କ ଆଗରେ ଖୋଲି ଦେଖାଇଦେଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଥି ଭଦ୍ର ଓ ନମ୍ର ଭାବେ ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିଥିଲେ । ନବୀନଙ୍କ ପୋଷାକ ଥିବା ତାଙ୍କ ଆଟାଚି, ତାଙ୍କ ପାଇଁ ଆଇସ ବକ୍ସରେ ରହିଥିବା ଥଣ୍ଟା ପାନୀୟ, ତାଙ୍କ ବ୍ୟକ୍ତିଗତ ସାମଗ୍ରୀ ସବୁ କିଛିକୁ ସ୍କାର୍ଡ ଆଗରେ ଖୋଲି ଦେଖାଯାଇଥିଲା । ଆଉ ମୁଖ୍ୟମନ୍ତ୍ରୀ ସେ ସମୟରେ ଚୋପରରେ ବସି ସବୁ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।
ଅପରପକ୍ଷରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ସେଥିରେ ଫ୍ଲାଇଙ୍ଗ ସ୍କାର୍ଡର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ କେଉଁ ସ୍ବରରେ କଥା ହେଉଥିଲେ ଏବଂ କିଭଳି ଧମକ ଦେଉଥିଲେ ତାହା ମଧ୍ୟ ସମସ୍ତେ ଦେଖିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ମହଲରୁ ସମାଲୋଚନା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଦୁଇଟି ଯାକ ଭିଡିଓକୁ ଦେଖିଲେ ଯେକେହି ବି ଅତି ସହଜରେ ଅନୁଭବ କରିପାରିବେ କାହିଁକି ନବୀନ ପଟ୍ଟନାୟକ ଗତ 19 ବର୍ଷ ଧରି ଲୋକପ୍ରିୟ, ସମ୍ମାନସ୍ପଦ ଏବଂ କ୍ରମାଗତ ଭାବେ କ୍ଷମତାରେ ରହି ଆସୁଛନ୍ତି ।