Odia News Portal

ପାହାଡ ଧସି ୨୦ ଘର ଭୁଶୁଡିଲା

ପାରଳାଖେମୁଣ୍ଡି() ଗତକାଲି ଠାରୁ ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ବିପôାତ ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଛନ୍ତି । ବହୁ ଅଂଚଳ ବନ୍ୟା ପ୍ଳାବିତ ହୋଇଛି । ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ତିପିସିଂ-କୁଲମ୍ ମଧ୍ୟରେ ପାହାଡ଼ ଧସିବାରୁ ୨୦ ଘର ଭାଙ୍ଗି ଯାଇଛି। ଏଥିସହ ୬୦ରୁ ଊର୍ଦ୍ଧ୍ୱ ଘର ଆଂଶିକ ନଷ୍ଟ ହୋଇଯାଇଛି। ଘର ଭାଙ୍ଗିବା ଯୋଗୁ ଲୋକେ ନିରାଶ୍ରୟ ହୋଇ ପଡ଼ିଛନ୍ତି। ବର୍ଷାରେ ସେମାନେ ପିଲାଛୁଆ ସହ ବାହାରେ ଭିଜିବାକୁ ବାଧ୍ୟ ହେଉଛନ୍ତି। ନ୍ୟପକ୍ଷରେ ପାହାଡ଼ ଧସିବା ଖବର ପାଇ ଗୁମ୍ମା ବିଡିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏବଂ ବାସହୀନ ଅବସ୍ଥାରେ ଥିବା ଲୋକମାନପଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି ।