ଗଞ୍ଜାମ: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅ ଓ ପରିବାର ଲୋକଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଶିକୁଳିରେ ବନ୍ଧା ହୋଇଛି ହାତ ଗୋଡ଼। ଦୁଇ ଗୋଡ଼କୁ ଲୁହା କଡାରେ ବନ୍ଧା ଯାଇଥିବାବେଳେ, ଦୁଇ ହାତକୁ ବି ସେହିଭଳି ବନ୍ଧା ଯାଇଛି। ଆଉ ଏହାପରେ ବି ପେଟପାଟଣା ପାଇଁ କରୁଛନ୍ତି ଭିକ୍ଷାବୃତ୍ତି। ଯିଏ ଯାହା ଦେଲା ତାକୁ ଗ୍ରହଣ କରି ରାସ୍ତା କଡ଼ରେ ଜୀବନ କାଟୁଛନ୍ତି।
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଟପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ମାନସିକ ବିକୃତ ଯୋଗୁଁ କିଛି ବର୍ଷ ତଳେ ବୃଦ୍ଧ ଜଣଙ୍କ କିଛି ଅଘଟଣ ଘଟାଇଥିଲେ। ଏହାପରେ ପରିବାର ଲୋକେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କ ହାତ ଗୋଡ଼ରେ ବେଡି ପକାଇ ବାହାରେ ଛାଡି ଦେଇଥିଲେ। ଆଉ ସେବେଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ବୃଦ୍ଧ ଜଣଙ୍କ ଭିକ୍ଷାବୃତ୍ତି କରୁଛନ୍ତି।
