Odia News Portal

୪୦ ହଜାର ଟପିଲା ସୁନାଦର

ଭୁବନେଶ୍ୱର() ପ୍ରତି ୧୦ ଗ୍ରାମ ଶୁଦ୍ଧ ସୁନାଦର ଏବେ ୪୦ ହଜାର ଟଙ୍କା ପାର କରିଛି । ଏବେ ୧୦ ଗ୍ରାମ ଶୁଦ୍ଧ ସୁନା ଦର ୪୦,୦୯୨ ଟଙ୍କା ରହିଛି । ଏହା ଗୋଟିଏ ଦିନରେ ୮୭୭ ଟଙ୍କା ବୃଦ୍ଧି ପାଇଛି ।

ସେହିପରି ରୂପାଦର ବୃଦ୍ଧି ପାଇଛି । ରୂପା ଦର ୨ ପ୍ରତିଶତ ବୃଦ୍ଧି ପାଇଛି । ପ୍ରତି କିଲେ ରୂପା ଦର ୯୯୦ ଟଙ୍କା ବୃଦ୍ଧି ପାଇ ୪୭,୩୩୦ ଟଙ୍କାରେ ପହଞ୍ଚିଛି। ଗୁରୁବାରରେ ରୂପାଦର ପ୍ରତି କିଲୋ ୪୬,୩୪୦ ଟଙ୍କା ରହିଥିଲା ।

ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ଆଶଙ୍କା ଯେତିକି ବୃଦ୍ଧି ପାଉଛି ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ସେତିକି ବୃଦ୍ଧି ପାଉଛି । ତୈଳ ଦର ବୃଦ୍ଧି ପାଇବାର ଆଶଙ୍କା ସହ ସୁନା ଓ ରୂପା ଦର ବୃଦ୍ଧି ପାଇଛି ।