Odia News Portal

ବିପଦର ବନ୍ଧୁ ଗୋଲ୍ଡେନ୍ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ

କେନ୍ଦ୍ରାପଡ଼ା() ପରିସ୍ଥିତି ଯେତେ ପ୍ରତିକୁଳ ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଓ ସେବା ମନୋଭାବ ଆଗରେ ସବୁ କିଛି ହାର ମାନିବାକୁ ବାଧ୍ୟ ଏ କଥା ସ୍ପଷ୍ଟ ଉଦାହରଣ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଗୋଲ୍ଡେନ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ ,ଲୋକ ମାନଙ୍କ ସେବା ଏହି ଟ୍ରଷ୍ଟ ର ମୁଖ୍ୟ ଉଦ୍ଦେଶ୍ୟ, ମହାକାଳପଡ଼ାବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଗୁହାଳ କଣି ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାର ଘର ସମ୍ପୁର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଛି ଏବଂ ଖବର ପାଇବା ମାତ୍ରେ ତତକ୍ଷଣାତ୍ ସାହାଯ୍ୟ ର ହାତ ବଢ଼ାଇଛି ଗୋଲ୍ଡେନ୍ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ ଏବଂ ଟ୍ରଷ୍ଟ ତରଫରୁ ପରିବାର କୁ ଅତ୍ୟାବଶ୍ୟକ ସାମଗ୍ରୀ,ବସ୍ତ୍ର, ଏବଂ ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସୂର୍ଯ୍ୟ ପ୍ରକାଶ ପାଣି, ସମୀର ବେହେରା,ମାନସ ଦାସ,ତୋଫାନ ପ୍ରଧାନ,ସୁକାନ୍ତ ପ୍ରଧାନ, ସିଲୁ ପ୍ରସାଦ ମହାରଣା, ଉତ୍ତମ ସ୍ବାଇଁ, ରଶ୍ମିରଞ୍ଜନ ସାମଲ,ଶେଖର ଦାସ ପ୍ରମୁଖ ଯୋଗ ଦେଇଥିଲେ।