Odia News Portal

ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା। ପ୍ରଥମ ଥର ଲାଗି ସଂପୂର୍ଣ୍ଣ କମ୍ପ୍ୟୁଟର ବେସ୍‌ଡ୍‌ ମୋଡ୍‌ରେ ପରୀକ୍ଷା ହେଉଛି। ଏହାସହ ପ୍ରଥମ ଥର ଲାଗି ସିବିଏସ୍‌ଇ ବଦଳରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସୀ ଏନଟିଏ ଅଧିନରେ ପରୀକ୍ଷା ହେଉଛି। ସାଢ଼େ ନଅ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଛାତ୍ରଛାତ୍ରୀମାନେ ଆବେଦନ ସମୟରେ ଯେଉଁ ଫଟୋ ଅପଲୋଡ କରିଥିଲେ ସେହି ଫଟୋ ଧରି ପରୀକ୍ଷା କେନ୍ଦ୍ର ଯିବେ। ଏହାସହ ସାଥିରେ ଏକ ଫଟୋ ପରିଚୟ ପତ୍ର ମଧ୍ୟ ନେବାକୁ ଭୁଲିବେ ନାହିଁ। ଓଡ଼ିଶାରେ ୮ଟି ସହରରେ ପରୀକ୍ଷା କେନ୍ଦ୍ର ରହିଛି। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଜୟପୁର, ବାଲେଶ୍ୱର ଓ ଅନୁଗୁଳରେ ପରୀକ୍ଷା କେନ୍ଦ୍ର ରହିଛି। ୨୦ ତାରିଖ ଯାଏଁ ଜେଇଇ ମେନ୍‌ ପରୀକ୍ଷା ରହିଛି।