Odia News Portal

ତାଲା ପକା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଲେଶ୍ୱର() ବାଲେଶ୍ୱରରେ ଜିଲ୍ଲାରେ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ଘଟଣାରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ ।ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କଲେ ବିଇଓ ।

ତେବେ ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପିଲାଟି ପାଇଖାନା ଯାଇଥିଲା ।ପାଇଖାନାରେ ଥିବା ବେଳେ ସ୍କୁଲ ଛୁଟି ହୋଇ ଯାଇଥିଲା । ଆଉ ପିଲାଟି ସ୍କୁଲରେ ହିଁ ରହିଯାଇଥିଲା । ସ୍କୁଲ ଛୁଟି ହୋଇଥିବାରୁ ପାଇଖାନାରୁ ବାହାରି ପିଲାଟି କାହାରିକୁ ନପାଇ କାନ୍ଦିଥିଲା ଆଉ ଭୟରେ ଗେଟ ପାଖରେ ବୁଲାବୁଲି କରୁଥିଲା ।ଘଣ୍ଟାଏ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଥିଲା ପିଲାଟି। ଆଉ ଘଟଣା ପରେ ଅଜବ ଯୁକ୍ତି ବାଢିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ର । ସ୍କୁଲରେ ଏମିତି ପିଲାଙ୍କୁ ତାଲା ପକାଇ ରଖାଯାଏ ବୋଲି କହିଲେ ଶିକ୍ଷୟିତ୍ରୀ ।