Odia News Portal

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର()  ରାଜ୍ୟ ସରକାର ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି  । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  ।

କେନ୍ଦ୍ରୀୟ ଡେପୁଟେସନରୁ ଆସିବା ପରେ ୧୯୮୮ ବ୍ୟାଚର ଆଇପିଏସ ଅରୁଣ କୁମାର ରାୟଙ୍କୁ ଏଡ଼ିଜିପି କମୁ୍ୟନିକେସନ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  । ସେହିପରି ଏଡ଼ିଜିପି କମୁ୍ୟନିକେସନ ଥିବା ୧୯୯୨ ବ୍ୟାଚ ଆଇପିଏସ ଲଳିତ ଦାସଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଛି  । କେନ୍ଦ୍ରୀୟ ଡେପୁଟେସନରୁ ଆସିବା ପରେ ୧୯୯୪ ବ୍ୟାଚ ଆଇପିଏସ ୱାଇକେ ଜେଠୱାଙ୍କୁ ଏଡ଼ିଜିପି ଏଲ ଆଣ୍ଡ ଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  ।

ଅପରପକ୍ଷରେ ୧୯୯୬ ବ୍ୟାଚ ଆଇପିଏସ ସଂଜୟ କୁମାର ମିଶ୍ରଙ୍କୁ ଆଇପିଜି, ଆଧୁନିକୀକରଣ ଭାବେ ନିଯୁକ୍ତି ମିଳିଥିବାବେଳେ ୧୯୯୭ ବ୍ୟାଚ ଆଇପିଏସ ରେଖା ଲୋହାନୀଙ୍କୁ ଏସିପି ଭାବେ ନିଯୁକ୍ତି ଦିଆଯାଇଛି  । ୧୯୯୫ ବ୍ୟାଚ ଆଇପିଏସ ରିତୁ ଆରୋରାଙ୍କୁ ଗୃହ ବିଭାଗ ଓଏସଡ଼ି, ୧୯୯୮ ବ୍ୟାଚ ଆଇପିଏସ ରାଜେଶ କୁମାରଙ୍କୁ ଆଇଜିପି, ଏଫଏସଏଲ ଓ ଢେଙ୍କାନାଳ ଏସପି ଥିବା ୨୦୧୩ ବ୍ୟାଚ ଆଇପିଏସ ଅନୁପମା ଜେମସଙ୍କୁ ଭିଜିଲାନ୍ସ ଏସପି ଭାବେ ନିଯୁକ୍ତି ମିଳିଛି  ।