Odia News Portal

IPS ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ । କ୍ରାଇମବ୍ରାଞ୍ଚ ଏଡିଜି ହୋଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ତାଙ୍କୁ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି । ସେହିପରି ଜେଲ୍‌ ବିଭାଗ ଡିଜି ଭାବରେ ଏସ୍‌. କେ. ଉପାଧ୍ୟାୟଙ୍କୁ ମିଳିଛି ନିଯୁକ୍ତି । ଆଇନ ଶୃଙ୍ଖଳା ଏଡିଜି ଥିବା ଆର୍‌. ପି. କୋଚେଙ୍କୁ ସ୍ପେଶାଲ୍‌ ଆର୍ମଡ୍‌ ପୋଲିସର ଆଡିସିନାଲ୍‌ ଡିଜିପି ଭାବରେ ବଦଳି କରାଯାଇଛି ।

ସେହିପରି ଅନୁପ ସାହୁଙ୍କୁ କମିଶନରେଟ ପୋଲିସର ଏସିପି ଭାବରେ ନିଯୁକ୍ତି ମିଳିଛି । ଏହାସହ ସେ ଭୁବନେଶ୍ୱର ଡିସିପି ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।