Odia News Portal

ଝାରପଡା ଜେଲର 11 ନମ୍ବର ସେଲରେ ଗୁମସୁମ

ଭୁବନେଶ୍ୱର () ମଜା ପାଇଁ ସଜ୍ଜା ପାଇଲେ । ଝାରପଡା ଜେଲର ଅନ୍ଧାରୀ କୋଠରୀରେ କାଳ କାଟୁଛନ୍ତି ଅଭିଜିତ ଆୟାର ମିତ୍ର। ଓଡିଆଂକ ସ୍ବାଭିମାନ ତଥା ଧାର୍ମିୟଭାବନାକୁ କୁଠାରଘାତ କରିବା ଅଭିଜିତଂକୁ ପଡିଛି ମହଙ୍ଗା। ଏସଡିଜେଏମ କୋର୍ଟରେ ବେଲ ନାମାଂଜୁର ପରେ ଝାରପଡାର ଜେଲର ୧୧ନମ୍ବର ସେଲର କଟୁଛି ରାତି ଓ ଦିନ। ଅଏସ ଆରାମରେ ଜୀବନ ବିତାଉଥିବା ଅଭିଜିତ ଜେଲର ସେଲ ଭିତର ଗୁମସୁମ ହୋଇ ନିଜ ଭୁଲ ପାଇଁ କରୁଛନ୍କି ଅନୁତାପ।
ଆଉ  ଚାରିଦିନିଆ ରିମାଣ୍ଡରେ  ଅଭିଜିତକୁ ନେବାକୁ କୋଣାର୍କ ଥାନାକୁ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ  ।କୋଣାର୍କ ଥାନାରେ ହୋଇଥିବା ମାମଲା ସମ୍ପର୍କରେ ପଚରା ଉଚୁରା କରିବ ପୁରୀ ପୋଲିସ।ଅନ୍ଯପଟେ ଅରକୁଦା ସାମୁଦ୍ରିକ ଥାନାରେ ସାଖୀ ରହିଥିବାରୁ ସେ ସମ୍ପର୍କରେ ମଧ୍ଯ ପଚରାଉଚରା କରିପାରେ ପୋଲିସ। ପରେ ଅଭିଜିତଂକ ବିରୋଧରେ କି କାର୍ଯାନୁଷ୍ଠାନ ନେବ ତାହ ପରବର୍ତି ପର୍ଯାୟରେ ଜଣାପଡିବ ବୋଲି କହିଛନ୍ତି କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଷି ।
ସେପ୍ଟେମ୍ବର ୨୦ ତାରିଖରେ ମନୋରଂଜନ ସ୍ବାଇଁକ ନାମକ ବ୍ଯକ୍ତିଂକ ଅଭିଯୋଗକୁ ଆଧାର କରି ଅଭିଜିତକୁ ଗିରଫ କରିଥିଲା କମିସନରେଚ ପୋଲିସ।ଅପଶବ୍ଦ ବ୍ଯବହାର କରିବା ନେଇ ଆପିସିର ଧାରା ୨୯୪,କୋଣାର୍କ ଭଳି ଧାର୍ମିକ ସ୍ଥଳୀଂକୁ ଅବମାନନା କରିବା ଓ ଅପମାନ କରିବା ଧାରା ୨୯୫(ଏ), ଧାର୍ମୀୟ ଭାବନାକୁ କୁଠାରଘାତ କରିବା ଧାରା ୧୫୩(ଏ), ମାନହାନୀ ମାମଲା ୫୦୦ସହ ତାଂକର ମନ୍ତବ୍ଯକୁ ସୋସିଆଲମିଡିଆରେ ଭାଇରାଲ କରିଥିବା ଅଭିଯୋଗରେ ଆଟି ଆକ୍ଟର ଧାରା ୬୭ ରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସୋମବାର ଯାଏ ଅଭିଜିତ ଜେଲର ମୁକୁଳିବା ଅସମ୍ଭବ ବୋଲି ସୁଚନା ମିଳିଛି।
ବେଲ ନାମାଂଜୁର ପରେ ଜେଲ ଯାଇଛନ୍ତି। ହେଲେ ପୁରୀ ପୋଲିସ ମାଗିଥିବା ରିମାଣ୍ଡ ପାଇଁ ନିର୍ଦେଶ ଜାରି କରିଛନ୍ତି କୋର୍ଟ। ଚାରିଦିନ ପାଇଁ ରିମାଣ୍ଡରେ ନେବାକୁ କୋଣାର୍କ ଥାନାକୁ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ। ରିମାଣ୍ଡରେ ନେଲେ ଚାରିଦିନ ପର୍ଯ୍ଯନ୍ତ ବେଲ ଅନୁମତି ମିଳିବ ନାହିଁ। ତେବେ ଖୋର୍ଦା ଜିଲ୍ଲା କୋର୍ଟରେ  ବେଲ ପାଇଁ ଆବେଦନ କରିବେ ଆୟାରଂକ ଓକିଲ। କିନ୍ତୁ ଶୁକ୍ରବାର କୋର୍ଟରେ ଷ୍ଟାଇକ, ଶନିବାର ସପ୍ତାହର କ୍ଲିୟରାନସ ଓ ରବିବାର ଛୁଟି ଯୋଗୁଁ ଆୟାରଂକୁ ବେଲ ମିଳିବା ସମ୍ଭବପର ହେବ ନାହିଁ। ଅନ୍ଯପଟେ ଆୟାରଂକୁ ଝାରପଡା ଜେଲର ୧୮ ନମ୍ବର ସେଲରୁ ୧୧ ନମ୍ବର ସେଲକୁ ସ୍ଥାନାନ୍ତର କରାଯାଇଛି। ଜେଲର ସେଲ ଭିତରେ ସେ ଗୁମସୁମ ରହୁଥିବା ଜେଲ ସୁତ୍ରରୁ ସୁଚନା ମିଳିଛି। ତେବେ ସହିଦ ନଗର ଥାନାରେ ଗତ ସେପ୍ଟେମ୍ବର ୨୦ ତାରିଖରେ ଅଭିଜିତ ଆୟାର ମିତ୍ରଂକ ବିରୋଧରେ ମନୋରଂଜନ ସ୍ବାଇଁ ନାମକ ବ୍ଯକ୍ତିଂକ ହୋଇଥିବା ଅଭିଯୋଗ ଆଧାରରେ ତାଂକୁ ଗିରଫ କରିଥିଲା କମିସନରେଟ ପୋଲିସ । ଅପଶବ୍ଦ ବ୍ଯବହାର କରିବା ନେଇ ଆପିସିର ଧାରା ୨୯୪, କୋଣାର୍କ ଭଳି ଧାର୍ମିକ ସ୍ଥଳୀଂକୁ ଅବମାନନା କରିବା ଓ ଅପମାନ କରିବା ଧାରା ୨୯୫(ଏ), ଧାର୍ମୀୟ ଭାବନାକୁ କୁଠାରଘାତ କରିବା ଧାରା ୧୫୩(ଏ), ମାନହାନୀ ମାମଲା ୫୦୦ସହ ତାଂକର ମନ୍ତବ୍ଯକୁ ସୋସିଆଲମିଡିଆରେ ଭାଇରାଲ କରିଥିବା ଅଭିଯୋଗରେ ଆଟି ଆକ୍ଟର ଧାରା ୬୭ରେ ତାକୁ ଗିରଫ କରାଯାଇଥିଲା। ତେବେ ଧାର୍ମିୟ ଭାବନାକୁ କୁଠାରଘାତ କରିବା ବା କଟୁ ମନ୍ତବ୍ଯ ଦେବା ପାଇଁ ଗତକାଲି ମାନ୍ଯବର କୋର୍ଟ ତାଙ୍କର ଜାମିନ ନାମାଂଜୁର କରି ଜେଲ ପଠାଇବାକୁ ନିର୍ଦଶ ଦେଇଥିଲେ। ସେ ଏବେ ୧୪ ଦିନ ପର୍ଯନ୍ତ ବିଚାର ବିଭାଗୀୟ ହାଜତରେ ଝାରପଡା ଜେଲରେ ଅଛନ୍ତି। ତେବେ ବେଲ ପାଇଁ ତାଂକୁ ଉପର କୋର୍ଟକୁ ଯିବାକୁ ପଡିବ