Odia News Portal

ବରିଷ୍ଠ ନାଗରିକଙ୍କ ସୁରକ୍ଷା ନେଇପରିଚୟପତ୍ର ବଣ୍ଟନ

କୋରାପୁଟ: ଜୟପୁର ପୋଲିସ ତରଫୋରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ନେଇ ୮୫ ଜଣ ବରିଷ୍ଟ ନାଗରିକଙ୍କୁ ଜିଲ୍ଲା ପୋଲିସ ତରଫୋରୁ ଜୟପୁର ଠାରେ ଆୟୋଜିତ ପ୍ରକୋଷ୍ଟରେ ପରିଚୟପତ୍ର ବଣ୍ଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, SP କୋରାପୁଟ ଯୋଗ ଦେଇବରିଷ୍ଟ ନାଗରିକ ନାମଙ୍କୁ ପରିଚୟପତ୍ର ବଣ୍ଟନ କରିଥିଲେ।

ଏହା ଫଳରେ ବରିଷ୍ଟ ନାଗରିକମାନେ ରେଳ ବିଭାଗ ବ୍ଯାଙ୍କ ଓ ରାଜସ୍ବ ବିଭାଗ ଆଦିରେ ସୁବିଧା ପାଇପାରିବେ । ଏହା ସହ ଟ୍ରାଫିକ ସମସ୍ୟା ଆଇନ ଶୃଙ୍ଖଳା ବିଷୟରେ ଏହି ପ୍ରକୋଷ୍ଟ ରେ ଆଲୋଚନା ହୋଇଥିଲା ।