Odia News Portal

ପୋଲ ତଳକୁ ଖସି ୨ ମୃତ

ଯାଜପୁର:  ହାଇଲେବୁଲ କେନାଲ ରାସ୍ତାର ଇମାମନଗର ନିକଟରେ ଏକ ପୋଲ ତଳକୁ ବାଇକ୍‌ ଖସି ପଡ଼ିବା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଜେନାପୁର ଥାନା ବାରମାଣ ଗ୍ରାମର ଟୁକୁନା ସାମଲ (୨୬) ଓ ପ୍ରକାଶ ଦେଉରୀ (୨୩)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବଡ଼ଚଣା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।