ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଭାରତୀୟ ନାଗରିକ ପ୍ରମାଣପତ୍ର ଆଇନ(ସିଏଏ) ଲାଗୁ କରିବା ଲାଗି ଦାବି କରିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ଏହି ଆଇନ ବଳରେ ଓଡ଼ିଶାର କିଛି ଜିଲ୍ଲାରେ ଥିବା ଶରଣାର୍ଥୀମାନେ ବିଭିନ୍ନ ସରକାରୀ ସୁବିଧା ପାଇପାରନ୍ତେ ବୋଲି ସେ ଦାବି କରିଛନ୍ତି । ଓଡ଼ିଶାର ୧୦ଟି ଜିଲ୍ଲା ଯଥା ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ସମ୍ବଲପୁର, ବାଲେଶ୍ଵର, ଭଦ୍ରକ, ବଲାଙ୍ଗିର ଜିଲ୍ଲାରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶରଣାର୍ଥୀ ବସବାସ କରୁଛନ୍ତି । ନାଗରିକତ୍ଵ ଆଇନ କର୍ୟ୍ୟକାରୀ ନ ହେବା ଦ୍ବାରା ଏମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଭୂମିହୀନମାନେ ବସୁନ୍ଧରା ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି । ଅନେକଙ୍କୁ ପାସପୋର୍ଟ ମିଳିପାରୁ ନାହିଁ ।