Odia News Portal

ଛାଡ଼ପତ୍ର ଦେବେ ରାଜକୁମାରୀ !

ଜୟପୁରର ରାଜକୁମାରୀ ତଥା ବିଜେପି ବିଧାୟିକା ଦିୟା କୁମାରୀ ନିଜ ବିବାହର ୨୧ ବର୍ଷ ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ। ଏନେଇ ହିନ୍ଦୁ ବିବାହ ଆଇନର ଧାରା ୧୩ ବି ଅଧୀନରେ ଗାନ୍ଧୀ ନଗର ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରାଯାଇଛି। ରିପୋର୍ଟ ଅନୁଯାୟୀ ଗତ କିଛି ମାସ ହେବ ଏହି ଦମ୍ପତି ଅଲଗା ରହୁଥିଲେ। ୨୦୧୩ ମସିହାରେ ଦିୟା ରାଜନୀତିରେ ପ୍ରବେଶ କରିଥିଲେ।